ଖଣି ବିରୁଧରେ  ଦଳିତ ଆଦିବାସୀ ମଞ୍ଚ ଦାସମୋ ଓ ଖୋର୍ଦ୍ଧା ସବର ସଂଘ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମୁଖରେ ଗଣ ବିକ୍ଷୋଭ  

ନିରାକାରପୁର, ୧୧/୭/୨୦୨୪ (ଓଡ଼ିଶା ସମାଚାର)- ଖୋର୍ଦ୍ଧା ଜିଲ୍ଲାର ଖୋର୍ଦ୍ଧା , ଟାଙ୍ଗି , ଓ ବେଗୁନିଆ ଅଞ୍ଚଳର ମାଟି ତଳେ ଭରପୁର ହୋଇ ରହିଛି ପଥର । ଯାହାକୁ ସରକାର ଲିଜ ଆକାରରେ ଦେଇ ରାଜସ୍ବ ଅର୍ଜନ କରୁଥିବା ବେଳେ ଅନେକ ସମୟରେ ଏହି ଖଣି ମାନ ବେଆଇନ ଭାବରେ ଚାଲୁ ଥିବା ବେଳେ ହଜାର ହଜାର କୋଟି ତାଙ୍କର ରାଜସ୍ବ ହାନି ମଧ୍ୟ ହେଉଛି ।  ସରକାର ଅନେକ ପଡିଆ ଜମିକୁ ଜମିହୀନ ଗରିବ ମାନଙ୍କୁ ପ୍ରଦାନ କରିଛନ୍ତି ଯେ ସେଇ ଗରିବ ଲୋକେ କାଜୁ ଗଛ ଲଗାଇ ପରିବାର ଗୁଜୁରାଣ କରିବେ ।ତେବେ ଏହାକୁ ଜିଲ୍ଲାର ରାଜସ୍ବ ବିଭାଗ କିଛି ଖଣି ମାଫିଆଙ୍କ ହାତରେ ଟେକି ଦେଇଥିବା ଅଭିଯୋଗ ଆଣିଛନ୍ତି ଅଂଚଳର ଆଦିବାସୀ ପରିବାର ।ଆଦିବାସୀ ପରିବାରଙ୍କ କହିବା ଅନୁଯାଇ ଆଦିବାସୀ ଅନୁସୂଚିତ ଜନଜାତି ବର୍ଗଙ୍କ ଉପରେ ହେଉଥିବା ଶୋଷଣକୁ ରୋକିବା ପାଇଁ ଭାରତ ବର୍ଷର ସର୍ବଶ୍ରେଷ୍ଠ ସାମ୍ବିଧାନିକ ଆଇନରେ ଅନୁସୂଚିତ ଜାତି ଓ ଜନଜାତି ଙ୍କ ନିର୍ଯ୍ୟାତନା ନିବାରଣ ଆଇନ ୧୯୮୯ ବଳବତ୍ତର ଥିବା ବେଳେ ଖୋର୍ଦ୍ଧା ଜିଲ୍ଲା ଟାଙ୍ଗି ବ୍ଲକ ଜଙ୍କିଆ ଥାନା ଅନ୍ତର୍ଗତ ଓଳସିଂହ ଗ୍ରାମର ଆଦିବାସୀଙ୍କୁ ସରକାର ଜମି ପଟା ପ୍ରଦାନ ନାମରେ ଠକି ଚାଲିଛନ୍ତି । ଯାହା ଫଳରେ କେବଳ ଟାଙ୍ଗି ଅଂଚଳର ଆଦିବାସୀ ପରିବାର ନୁଁହ ବରଂ ରାଜ୍ୟର ଦେଢ଼ କୋଟି ଆଦିବାସୀ ଜାତି ଓ ଜନଜାତି ବର୍ଗର ଲୋକ ନୈରାଶ୍ୟ ଜନକ ଜୀବନ ଜାପାନ କରୁଥିବା ଦେଖିବାକୁ ମିଳୁଛି ।ଯାହାର ପ୍ରମାଣ ସ୍ୱରୂପ ଓଳସିଂହ ଗ୍ରାମର ୪୦ରୁ ଉର୍ଧ ଆଦିବାସୀ ପରିବାର ଭୂମି ହୀନ ରହିଛନ୍ତି । ଯାହା ଫଳରେ ସରକାରଙ୍କ ନିୟମାନୁଯାୟୀ ଆଦିବାସୀ ପରିବାର ମାନେ ନୟାକୋଟ| ମୌଜାର ପ୍ଲଟ ନମ୍ବର ୪୨୪, ଓ ୪୪୦ ରେ ନିଜର ଗୁଜୁରାଣ ମେଣ୍ଟାଇବା ପାଇଁ କାଜୁ ଗଛ ଲଗାଇ ନିଜ ଦଖଲରେ ରଖିଥିବା ବେଳେ ବାର୍ଷିକ ଆୟରେ ନିଜର ପରିବାର ପୋଷଣ କରୁଛନ୍ତି। ତେବେ ୧୯୯୧ ମସିହା ତତ୍କାଳୀନ ସରକାର ସେଥି ମଧ୍ୟରୁ ୧୯ ଜଣ ଆଦିବାସୀ ପରିବାରକୁ ପ୍ରଥମ କରି ୫୫୦ ଡ଼ିସିମିଲ ଜାଗା ବାସଗୃହ କରି ନିଜର ପରିବାର ପୋଷଣ ପାଇଁ ପ୍ରଦାନ କରିଥିଲେ  ଏବଂ ଅନ୍ୟ ମାନେ ଦଖଲରେ ରହିଥିବା ବେଳେ ସେମାଙ୍କ ନାମରେ ୧୯୯୦ ମସିହା ଠାରୁ ଖଜଣା ମଧ୍ୟ କଟା ଯାଉଛି।  ଏହି ଜମି ଉପରେ ମଧ୍ୟ ମାନ୍ୟବର ଉଚ୍ଚ ନ୍ୟାୟାଳୟରେ ଡବ୍ଲ୍ୟୁ ପି ( ସି ) ନମ୍ବର ୪୨୮୭୨/ ୨୦୨୩ରେ ଏକ କେଶ ମାମଲା ମଧ୍ୟ ବିଚାର ଧୀନ ଅବସ୍ଥାରେରେ ରହିଛି ।ଏହି ଉପରି କ୍ଷେତ୍ରରେ  ଖଣି ଖନନ ପାଇଁ ଅନୁମତି ପ୍ରଦାନ କରିବା ସହିତ ଏଠାରେ ବଳପୂର୍ବକ ଖଣି ଖନନ କାର୍ଯ୍ୟ ଚାଲିଛି ବୋଲି ଅଭିଯୋଗ ହେଉଛି। ଯାହାକୁ ନେଇ ଖୋର୍ଦ୍ଧା ଜିଲ୍ଲା ଆଦିବାସୀ ସଂଘ ଓ ଦଳିତ ଆଦିବାସୀ ମଞ୍ଚ ଦାସମୋ ପକ୍ଷରୁ ମିଳିତ ଭାବରେ ଗୁରୁବାର ଦିନ ଖୋର୍ଦ୍ଧା ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟ ଠାରୁ ଏକ ବିକ୍ଷୋଭ ପଦର୍ଶନ ଶୋଭାଯାତ୍ରା ବାହାର କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରଜୟନ୍ତୀ ଆସିଥିଲା । ଏବଂ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମୁଖରେ ନିଜର ହକ ପାଇବା ପାଇଁ ଦାବି ଜଣାଇବା ସହିତ ଆନ୍ଦୋଳନ ଜାରି ରଖିଥିଲେ । ତେବେ ଜିଲ୍ଲା ପୁଲିସ ଓ ଜିଲ୍ଲା ପ୍ରଶାସନର ପ୍ରତିଶୃତି ପରେ ଆନ୍ଦୋଳନ ପ୍ରତ୍ୟାହୃତ କରିଥିବା ଦେଖିବାକୁ ମିଳିଥିଲା ।

Leave a Reply

Your email address will not be published. Required fields are marked *