କୁସୁମୀ ରାଉତପଡ଼ା କ୍ଲଷ୍ଟର ପକ୍ଷରୁ ବନ ମହୋତ୍ସବ ଅନୁଷ୍ଠିତ

ନିରାକାରପୁର,୧୦/୭/୨୦୨୪ (ଓଡ଼ିଶା ସମାଚାର)- ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକ କୁସୁମୀ ରାଉତପଡ଼ା କ୍ଲଷ୍ଟର ପକ୍ଷରୁ ବନ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ସିଆରସିସି ପ୍ରଶାନ୍ତ କୁମାର ବେହେରା ଙ୍କ ତତ୍ତ୍ଵାବଧାନରେ ଅନୁଷ୍ଠିତ ହୋଇଥବା ବେଳେ ମୁଖ୍ୟ ଅତିଥି ଭାବେ ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରୀ ରବୀନ୍ଦ୍ର କୁମାର ସାହୁ ଯୋଗଦେଇ ଛାତ୍ରଛାତ୍ରୀଙ୍କ ମନରେ ବୃକ୍ଷ ରୋପଣ ସମ୍ପର୍କରେ ସଚେତନ କରିବା ସହିତ ଭବିଷ୍ୟତରେ ବୃକ୍ଷ ଆମ ଜୀବନ ରେ କିପରି ପରିବର୍ତ୍ତନ ଆଣିବ ସେ ସମ୍ପର୍କରେ ମତବ୍ୟକ୍ତ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ସୁଧାଂଶୁ ମଞ୍ଜରୀ ଦେବୀ, ନୂଆଗଡ ସରପଂଚ ରଘୁନାଥ ମାଝୀ, ସାନରାଉତପଡ଼ା ସରପଂଚ କିଶୋର କୁମାର ରାଉତରାୟ, ସମିତି ସଭ୍ୟ। ଗୀତାଞ୍ଜଳୀ ପାଟ୍ଟଶାଣୀ ଓ ସମସ୍ତ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ, ଶିକ୍ଷକ,ଶିକ୍ଷୟତ୍ରୀ, ଛାତ୍ରଛାତ୍ରୀ, ଅଭିଭାବକ, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଓ ପୁରାତନ ଛାତ୍ର ସଂସଦ ସଭପତି, ସମ୍ପାଦକ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ।

Leave a Reply

Your email address will not be published. Required fields are marked *