ତାଜା ଖବର : ତାସ ଖେଳରେ ଗୁଳିମାଡ଼, ଜଣେ ମୃତ

କବିସୂର୍ଯ୍ୟନଗର, ୧୦/୭/୨୦୨୪ (ଓଡ଼ିଶା ସମାଚାର)- ତାସ ଖେଳରେ ଗୁଳିମାଡ଼ ହୋଇ ଜଣେ ମୃତ୍ୟୁ ବରଣ କରିଛନ୍ତି । ମୃତକ ହେଉଛନ୍ତି ତ୍ରିନାଥ ମଲିକ । କବିସୂର୍ଯ୍ୟନଗର ଜଟେଶ୍ୱର ପୋଖରୀ ନିକଟରେ ଏହି ଗୁଳିକାଣ୍ଡ ହୋଇଛି । ତାସ ଖେଳୁଥିବାବେଳେ ଗୁଳି ମାଡ଼ରେ ତ୍ରିନାଥ ଙ୍କର ମୃତ୍ୟୁ ହୋଇଛି । ତେବେ କିଏ ଓ କାହିଁକି ତ୍ରିନାଥଙ୍କୁ ଗୁଳିମାଡ଼ କଲା , ତାହା ସ୍ପଷ୍ଟ ହୋଇନାହିଁ । ଖବର ପାଇ କବିସୂର୍ଯ୍ୟନଗର ଥାନା ପୁଲିସ ଘଟଣାସ୍ଥଳକୁ ଯାଇଥିବା ସୂଚନା ।

Leave a Reply

Your email address will not be published. Required fields are marked *