ଜିଲା ସ୍ୱାସ୍ଥ୍ୟ ସମିତି ଓ ଜିଲା ସ୍ୱାସ୍ଥ୍ୟ ମିଶନ ବୈଠକ

 ସ୍ୱାସ୍ଥ୍ୟ ବିଭାଗର ସମସ୍ତ ଯୋଜନା ଓ କାର୍ଯ୍ୟକ୍ରମ ବିଷୟରେ ଲୋକଙ୍କୁ ସଚେତନ କର-ବିଧାୟକ

କେନ୍ଦ୍ରାପଡ଼ା, ୦୬/୦୯/୨୦୨୫(ଓଡ଼ିଶା ସମାଚାର)- ଜିଲା ପରିଷଦ ସମ୍ମିଳନୀ କକ୍ଷରେ ଜିଲା ସ୍ୱାସ୍ଥ୍ୟ ସମିତି ଓ ଜିଲା ସ୍ୱାସ୍ଥ୍ୟ ମିଶନ ବୈଠକ ଜିଲା ପରିଷଦ ସଭାପତି ଲିଲିତା ଦାସଙ୍କ ସଭାପତିତ୍ୱରେ ଶନିବାର ଅନୁଷ୍ଠିତ ହୋଇଯାଇଛି ।  ବୈଠକରେ ଭିତିଭୂମି, ଷ୍ଟାଫ ପୋଜିସନ ସମେତ ଅନ୍ୟ ଆନୁଷଙ୍ଗିକ ବ୍ୟବସ୍ଥା ଉପରେ ବିସ୍ତୃତ ଭାବେ ଆଲୋଚନା କରାଯାଇଥିଲା । ସ୍ୱାସ୍ଥ୍ୟ ବିଭାଗର ସମସ୍ତ କାର୍ଯ୍ୟକ୍ରମ, ଯୋଜନାଗୁଡିକ ଯେପରି ତୃଣମୂଳ ସ୍ତରକୁ ଯିବ ଏବଂ ଜନସାଧାରଣ ଜାଣିବା ସହିତ ଉପକୃତ ହେଇପାରିବେ ସେଥିପ୍ରତି ଦୃଷ୍ଟି ଦେବାକୁ ବିଧାୟକ ଗଣ ସ୍ୱାସ୍ଥ୍ୟ ବିଭାଗର ଅଧିକାରୀ ମାନଙ୍କୁ ନିର୍ଦ୍ଧେଶ ଦେଇଥିଲେ ।

ଡାକ୍ତର ସମସ୍ୟା, ଆମ୍ବୁଲାନ୍ସ,ଜିଲା ମୁଖ୍ୟ ଚିକିତ୍ସାଳୟରେ ଆଇସିୟୁ ବ୍ୟବସ୍ଥା, ସଠିକ ଭାବରେ ଭିନ୍ନକ୍ଷମଙ୍କୁ ସାର୍ଟିଫିକେଟ ପ୍ରଦାନ ସହିତ ଅନ୍ୟ ସମସ୍ତ ଆନୁଷଙ୍ଗିକ ବ୍ୟବସ୍ଥାକୁ ଗୁରୁତ୍ୱ ଦେଇ କାର୍ଯ୍ୟ କରିବାକୁ ପରାମର୍ଶ ଦିଆଯାଇଛି ।

ଏହି ବୈଠକରେ କେନ୍ଦ୍ରାପଡା ବିଧାୟକ ଗଣେଶ୍ୱର ବେହେରା, ଆଳି ବିଧାୟକ ପ୍ରତାପ କେଶରୀ ଦେବ, ରାଜନଗର ବିଧାୟକ ଧ୍ରୁବ ଚରଣ ସାହୁ, ସାଂସଦଙ୍କ ପ୍ରତିନିଧି ସୁନାକାର ବେହେରା, ଜିଲା ପରିଷଦ ଉପସଭାପତି ଭୀଷ୍ମ ମହାନ୍ତି, ସମସ୍ତ ବ୍ଲକ ଅଧ୍ୟକ୍ଷ, ଜିଲାପାଳ ରଘୁରାମ ଆର ଆୟାର, ଜିଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଅଜାମ୍ବର ମହାନ୍ତି, ଜିଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡା. ମନୋରଞ୍ଜନ ରାଉତ, ଏଡିଏମଓ ଡା. ପ୍ରମୋଦ କୁମାର ପ୍ରହରାଜ, ଅତିରିକ୍ତ ଜିଲା ସ୍ୱାସ୍ଥ୍ୟ ଅଧିକାରୀ ଡା. ସଚ୍ଚିଦାନନ୍ଦ ମିଶ୍ର, ଜିଲା ଜନ ସ୍ୱାସ୍ଥ୍ୟ ଅଧିକାରୀ ଡା. ଗୌରାଙ୍ଗ ଚରଣ ଗିରି, ପ୍ରଶାସନିକ ଅଧିକାରୀ ଦିଲୀପ କୁମାର ନାୟକ, ବିତ ଅଧିକାରୀ ଆଶୁତୋଷ ତ୍ରିପାଠୀ ଙ୍କ ସମେତ ସମସ୍ତ ବିଭାଗୀୟ ଅଧିକାରୀ, ସମସ୍ତ ଲାଇନ ବିଭାଗ, ଡିପିଏମ ଏନଏଚଏମ, ସହକାରୀ ଯନ୍ତ୍ରୀ ବିଚିତ୍ର ମୋହନ ଜେନା, ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ସମସ୍ତ ଅଧୀକ୍ଷକ, ବ୍ଲକ ଓ ଜିଲା ପ୍ରୋଗ୍ରାମ ମ୍ୟାନେଜର ପ୍ରମୁଖ ଉପସ୍ଥିତ ଥିଲେ । ଡେପୁଟି ମ୍ୟାନେଜର(ପ୍ରଜନନ ଓ ଶିଶୁ ସ୍ୱାସ୍ଥ୍ୟ) ସୁକାନ୍ତ କୁମାର ପ୍ରଧାନ ସଭାକୁ ସଂଯୋଜନା କରିବା ସହିତ ଧନ୍ୟବାଦ ଅର୍ପଣ କରିଥିଲେ  ।

Leave a Reply

Your email address will not be published. Required fields are marked *