ଅଜ୍ଞାତବାସରେ ଥିବା ପୂର୍ବତନ ବିଧାୟକଙ୍କ ଶ୍ରାଦ୍ଧ ରେ ଦୃଶ୍ୟମାନ 

କଟକ ସଦର , ୨୫/୯/୨୦୨୪ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ସଂରକ୍ଷିତ ଆସନରେ ବାପା ସ୍ୱର୍ଗତ କାଳିନ୍ଦୀ ବେହେରାଙ୍କ ପରେ ବିଜେଡିରୁ ଦୁଇଥର ନିର୍ବାଚନ ଜିତି ଚଳିତ ୨୦୨୪ ରେ ତୃତୀୟ ଥର ପାଇଁ ହାଟଟ୍ରିକ୍ କରିବା ଲକ୍ଷରେ  ଚିତପଟାଙ୍ଗ ମାରି ସେବେ ଠାରୁ ଆଜକୁ ୪ ମାସ ହେଲା ଅଜ୍ଞାତବାସ ରେ ରହି ଏଵେ ଜନୈକ ବିଜେଡ଼ି ନେତାଙ୍କ ଶ୍ରାଦ୍ଧବାର୍ଷିକୀରେ ପୂର୍ବତନ ବିଧାୟକ ଚନ୍ଦ୍ର ସାରଥି ବେହେରା ପହଞ୍ଚି ଥିବା କୁ ନେଇ ଚର୍ଚ୍ଚା ଜୋର ଧରିଛି। ହାରିବା ପରେ କର୍ମୀମାନଙ୍କୁ ଦେଖା ନଦେବା, ଭଲମନ୍ଦ ନଵୁଝିଵା ଏଵଂ ନିର୍ବାଚନ ମଣ୍ଡଳୀରୁ ଦୂରେଇ ଯିବାକୁ ନେଇ କଟକ ସଦର ବିଜେଡ଼ି ମୁରଵୀ ଶୂନ୍ୟ ହେବା ଚର୍ଚ୍ଚା ହେଉଥିଲା। ସୂଚନାଯୋଗ୍ୟ ଯେ ପୂର୍ବତନ ବିଧାୟକ ଚନ୍ଦ୍ର ସାରଥି ଯେଉଁ ବିଜେଡ଼ି ନେତାଙ୍କ ଶ୍ରାଦ୍ଧ ଦିବସରେ ତାଙ୍କ ଘରେ ପହଞ୍ଚିଥିଲେ ସେହି ନେତା ଯେତେବେଳେ ୨୦୨୧ ରେ ମୃତ୍ୟୁ ବରଣ କଲେ ସେତେବେଳେ ସୈ।ଜନ୍ୟତା ଦୃଷ୍ଟିରୁ ତାଙ୍କ ଶଵାଧାରରେ ମାଲ୍ୟାର୍ପଣ କରିବା ତ ଦୂରର କଥା ଶେଷ ଦର୍ଶନ କରିବାକୁ ଆସିନଥିବା କୁ ନେଇ ତୀବ୍ର ଅସନ୍ତୋଷ ଦେଖାଦେଇଥିଲା। ହେଲେ ଆଗକୁ ସଂଗଠନ ସଜାଡି କର୍ମୀ ମାନଙ୍କ ମନୋବଳ ବଢାଇବେ ନାଁ ପୁଣି ଅଜ୍ଞାତବାସ କୁ ଫେରିବେ ତାକୁ କେବଳ ଦେଖିବାକୁ ବାକି ରହିଲା।

Leave a Reply

Your email address will not be published. Required fields are marked *