ପ୍ରଧାନଶିକ୍ଷୟିତ୍ରୀଙ୍କୁ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ।

ନିରାକାରପୁର,୨୯/୦୨/୨୦୨୪ (ଓଡ଼ିଶା ସମାଚାର)-ଖୋର୍ଦ୍ଧା ବ୍ଲକ ଗୋଡିପଡା ସରକାରୀ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ଗାୟତ୍ରୀମୟୀ ପଟନାୟକ ଙ୍କ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଛି। ଏଥିରେ ଖୋର୍ଦ୍ଧା ବ୍ଲକ ଶିକ୍ଷାଧିକାରୀ ଶ୍ରୀମତୀ ସନ୍ଧ୍ୟାରାଣୀ ରାଉତ ମୁଖ୍ୟ ଅତିଥି ରୂପେ ଯୋଗଦେଇଥିଲେ। ସମ୍ମାନୀତ ରୁପେ ଦୁଃଶାସନ ବଳବନ୍ତରାୟ, ରବି ନାରାୟଣ ସାହୁ , ଭରତ ଚନ୍ଦ୍ର ପ୍ରଧାନ, ସାମ୍ବାଦିକ ଲୋହିତ ନାରାୟଣ ମହାପାତ୍ର ଯୋଗ ଦେଇଥିଲେ । ଶିକ୍ଷକ ପ୍ରମୋଦ କୁମାର ଭୁଜବଳ ଓ ଦିବାକର ପଟ୍ଟନାୟକ ମଂଚ ପରିଚାଳନା କରିଥିଲେ। ଏହି ଅବସରରେ ଛାତ୍ର ଛାତ୍ରୀଙ୍କ ଦ୍ବାରା ସାଂସ୍କୃତିକ କାର୍ୟ୍ୟକ୍ରମ ପରିବେଷଣ ହୋଇଥିଲା। ଗୋଡିପଡା ଗ୍ରାମବାସୀ ଏବଂ ଆଖପାଖ ବିଭିନ୍ନ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀମାନେ ଉପସ୍ଥିତ ଥିଲେ। ମଞ୍ଚାସୀନ ଅତିଥିବୃନ୍ଦ ଅବସରପ୍ରାପ୍ତ ଶିକ୍ଷୟିତ୍ରୀ ଗାୟତ୍ରୀମୟୀ ଙ୍କ କାର୍ୟ୍ୟକଳାପ କୁ ନେଇ ପ୍ରଶଂସା କରିବା ସହ ତାଙ୍କର ଉଜ୍ଜଳ ଭବିଷ୍ୟତ କାମନା କରିଛନ୍ତି। ଛାତ୍ର ଛାତ୍ରୀ, ସହକର୍ମୀ, ଶୁଭେଚ୍ଛୁ ଶିକ୍ଷୟିତ୍ରୀ ଶ୍ରୀମତୀ ପଟ୍ଟନାୟକଙ୍କୁ ଉପଢୌକନ, ମାନପତ୍ର, ସାଲ୍ ଆଦି ଦେଇ ସମ୍ବର୍ଦ୍ଧିତ କରିଥିଲେ। ଶିକ୍ଷୟିତ୍ରୀଙ୍କ ଅବସର କାଳୀନ ବିଦାୟ ଉତ୍ସବ କୁ ନେଇ ଗୋଡିପଡା ଗ୍ରାମରେ ଭାବମୟ ପରିବେଶ ସୃଷ୍ଟି ହୋଇଥିଲା।

Leave a Reply

Your email address will not be published. Required fields are marked *