ଭୁବନେଶ୍ୱର, ୨/୭/୨୦୨୪ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ଭାରତର ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦୌପଦୀ ମୁର୍ମୁ ଆସନ୍ତା ଜୁଲାଇ ୬ ତାରିଖରୁ ୯ ତାରିଖ ପର୍ଯ୍ୟନ୍ତ ଓଡ଼ିଶା ଗସ୍ତରେ ଆସିବାର କାର୍ଯ୍ୟକ୍ରମ ରହିଛି । ଏହି ଅବସରରେ ସେ ଭୁବନେଶ୍ୱର, ପୁରୀ ଏବଂ ଖୋର୍ଦ୍ଧା ଆଦି ଅଞ୍ଚଳ ଗସ୍ତ କରିବେ । ସୁରକ୍ଷା ଦୃଷ୍ଟିରୁ ମହାମହିମ ରାଷ୍ଟ୍ରପତିଙ୍କ ଗସ୍ତ ଏବଂ ରହଣି ଅଞ୍ଚଳକୁ ନୋ ଡ୍ରୋନ୍ ଜୋନ୍ ତଥା ନୋ ଫ୍ଲାଇଂ ଜୋନ୍ ଭାବେ ଘୋଷଣା କରାଯାଇଛି ବୋଲି ରାଜ୍ୟ ଗୁଇନ୍ଦା ନିର୍ଦ୍ଦେଶାଳୟ, ଭୁବନେଶ୍ୱର ପକ୍ଷରୁ ସୂଚନା ଦିଆଯାଇଛି । ଏହାର କଡାକଡି ଅନୁପାଳନ ପାଇଁ ନିର୍ଦ୍ଦେଶନାମା ଜାରି ହୋଇଛି । ସମସ୍ତ ଗଣମାଧ୍ୟମ ଏବଂ ଜନସାଧାରଣଙ୍କ ଅବଗତି ନିମନ୍ତେ ଜଣାଇ ଦିଆଯାଇଛି ।
ରାଷ୍ଟ୍ରପତିଙ୍କ ଗସ୍ତ ଅଞ୍ଚଳ ନୋ ଡ୍ରୋନ୍ ଜୋନ୍ ତଥା ନୋ ଫ୍ଲାଇଂ ଜୋନ୍ ଘୋଷିତ
