ଟ୍ରଷ୍ଟ ପକ୍ଷରୁ ଛାତ୍ରୀଙ୍କୁ ମେଧାବୃତି ପ୍ରଦାନ

କେନ୍ଦ୍ରାପଡ଼ା,୨୮/୦୭/୨୦୨୫(ଓଡ଼ିଶା ସମାଚାର)- ବାନ୍ଛାନିଧି ଦାସ ଶ୍ରୀମତୀ ଦେବୀ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଜଣେ ଗରୀବ ମେଧାବୀ ଛାତ୍ରୀଙ୍କୁ ମେଧାବୃତି ପ୍ରଦାନ କରାଯାଇଛି ।

ଟ୍ରଷ୍ଟର ମୁଖ୍ୟ ପୃଷ୍ଠପୋଷକ ସୁଦୂର ଆମେରିକାସ୍ଥିତ ଆଲାସ୍କା ବିଶ୍ୱବିଦ୍ୟାଳୟର ଏମରିଟସ ପ୍ରଫେସର ଡ. ଦେବେନ୍ଦ୍ର କୁମାର ଦାସଙ୍କ ପରାମର୍ଶ କ୍ରମେ ଟ୍ରଷ୍ଟର ଟ୍ରଷ୍ଟି ଭୁବନ ମୋହନ ଦାସ ରାଜନଗରସ୍ଥିତ କୋଇଲିପୁର ଗ୍ରାମର ଅମୂଲ୍ୟ ରାଉତଙ୍କ ଘରେ ପହଂଚି ତାଙ୍କ ଝିଅ ତଥା ଯୁକ୍ତ ୨ କଳା ଛାତ୍ରୀ ସୁନିତା ରାଉତଙ୍କୁ ୩ହଜାର ଟଙ୍କା ମେଧାବୃତି ପ୍ରଦାନ କରିବା ସହ ତାଙ୍କର ଉତରୋତର ଉନ୍ନତିକାମନା କରିଥିଲେ ।

 

Leave a Reply

Your email address will not be published. Required fields are marked *