ଡ୍ରେନ ଉପରୁ ଉଛେଦ

ବାଲିଗୁଡା, ୩୦/୭/୨୦୨୪ (ଓଡ଼ିଶା ସମାଚାର)- ବାଲିଗୁଡା ସହରର ଡ୍ରେନ ଉପରେ ପକାଇଥିବା ଉଠା ଦୋକାନୀ ଓ ଅନ୍ୟ ଦୋକାନୀ ମାନେ ଡ୍ରେନ ଉପରେ ନିଜ ଦୋକାନ କବଜା କରି ସାମଗ୍ରୀ ରଖିଥିବା କୁ ନେଇ ଆଜି ପ୍ରଶାସନ ତରଫରୁ ଉଛେଦ ପକ୍ରିୟା ଆରମ୍ଭ ହୋଇଛି । ବସଷ୍ଟାଣ୍ଡ ଠାରୁ ଏହି ପକ୍ରିୟା ଆରମ୍ଭ ହୋଇଛି । ଏହି ଉଛେଦ ସମୟରେ ଉପଜିଲ୍ଲାପାଳ ନିଜେ ଉପସ୍ଥିତ ରହି ଉଛେଦ କରାଯାଉଛି । ଡ୍ରେନ ଉପରେ ପକାଇଥିବା ଉଠାଦୋକାନୀ ଓ ଅନେକ ଦୋକନ ନିଜନିଜ ସାମଗ୍ରୀ କାଢ଼ି ଦେଇଛନ୍ତି ଓ ପ୍ରଶାସନ ତରଫରୁ ମଧ୍ୟ ଡ୍ରେନ ଉପରେ ଥିବା ଦୋକାନ ଓ ଟିଣ ଅଦିକୁ କଢ଼ାଯାଇଛି ।

oplus_2

କିନ୍ତୁ ବଣିକ ସଂଘ ତରଫରୁ ଏହାକୁ ଉପଜିଲ୍ଲାପାଳଙ୍କୁ କହିଛନ୍ତି ଯେ ଆମକୁ ଆଉ କିଛି ଦିନ ସମୟ ଦିଅ ତାପରେ ଆମେ ନିଜେ ଡ୍ରେନ ଉପରେ ଥିବା ଟିଣ ଓ ଜରିପାଲକୁ କାଢ଼ି ଦେବୁ । ଉପଜିଲ୍ଲାପାଳ ଡା ରୀନା ପ୍ରଧାନ କହିଛନ୍ତି ଡ୍ରେନ ଉପରୁ ଦୋକାନ ହଟାଇବାକୁ ଆମେ ଦଶଦିନ ପୁର୍ବରୁ ସଚେତନ କରିବା ସହ ସମସ୍ତଙ୍କୁ ଆମେ ଜଣାଇଛୁ,ଯେହେତୁ ବର୍ତମାନ ବର୍ଷା ଦିନ ଚାଲିଛି ଡ୍ରେନ ଜାମ ହେବାର ସମ୍ଭାବନା ରହିଛି,ତେଣୁ ଆମେ ଡ୍ରେନକୁ ସଫା କରିପାରୁନୁ । ଡ୍ରେନ ଉପରେ ଦୋକାନ ପକାଇବା ଫଳରେ ଗହଳି ହୋଇ ଟ୍ରାଫିକ ସମସ୍ୟା ଉପୁଜୁଛି ।.କିଛି ଦୁର୍ଘଟଣା ବି ଘଟିଛି । ତେଣୁ ଦଶଦିନ ତଳେ ଡ୍ରେନ ଉଛେଦ କରାହେବ ବୋଲି କହିଥିଲୁ । ତେଣୁ ଆଜି ଏହି ପକ୍ରିୟା ଜାରି ରହିଛି ।

Leave a Reply

Your email address will not be published. Required fields are marked *