ନୂତନ ଆଇନ ସଂପର୍କରେ ସଚେତନ କଲା ଜଂକିଆ ପୋଲିସ 

ନିରାକାରପୁର, ୧/୭/୨୦୨୪ (ଓଡ଼ିଶା ସମାଚାର)-   ଦେଶରେ ଲାଗୁ ହୋଇଛି ନୂତନ ଆଇନ। ନୂତନ ନ୍ୟାୟ ସଂହିତାକୁ ଲାଗୁ କରିଛନ୍ତି ଭାରତ ସରକାର । ଶହ ଶହ ବର୍ଷ ଧରି ଚଳି ଆସିଥିବା ଭାରତୀୟ ପିଙ୍ଗଳ କୋର୍ଡ କୁ ନୂତନ ଆଇନ ବଳ ରେ ରଦ୍ଧ କରିଛନ୍ତି ଭାରତ ସରକାର। ଫଳରେ ଭାରତର ନାଗରିକ ମାନେ ଆଜି ଠାରୁ ନ୍ୟାୟ ପାଇ ପାରିବେ।ଏ ନେଇ ବ୍ୟାପକ ଜନ ସଚେତନତା ଆରମ୍ଭ କରିଛନ୍ତି ସରକାର। ଏହି ଅବସରରେ ଖୋର୍ଦ୍ଧା ଜିଲ୍ଲା ଜଂକିଆ ଥାନା ଆଇଆଇସି ପ୍ରଜ୍ଞା ରିତମ୍ଭରା କର ଥାନା ପରିସରରେ ଆଜି ନୂତନ ଆଇନ ସଂପର୍କରେ ସଚେତନ କରିବା ଉଦ୍ଦେଶ୍ୟରେ ଜନ ପ୍ରତିନିଧି ମାନଙ୍କୁ ନେଇ ଏକ ସଚେତନତା କାର୍ଯ୍ୟକ୍ରମ କରିଛନ୍ତି। ଉପସ୍ଥିତ ଭଦ୍ରବ୍ୟକ୍ତି ଓ ଜନ ପ୍ରତିନିଧି ମାନଙ୍କୁ ଭାରତୀୟ ନ୍ୟାୟ ସଂହିତା, ଭାରତୀୟ ନାଗରିକ ସୁରକ୍ଷା ସଂହିତା ଓ ଭାରତୀୟ ସାକ୍ଷ୍ୟ ଅଧିନିୟମ ସଂପର୍କରେ ବୁଝାଇଥିଲେ। ବହୁ ସଂଖ୍ୟାରେ ଲୋକ ପ୍ରତିନିଧି ଓ ପୋଲିସ କର୍ମଚାରୀ  ମାନେ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *