ବିଜେପି ସଦସ୍ୟତା କୁ ନେଇ ସାମାଜିକ ଗଣମାଧ୍ୟମରେ ଭିଡିଓ ଜାରି କଲେ ପୂର୍ବତନ ବିଜେଡ଼ି ବିଧାୟକ 

କଟକ ସଦର,୨୭/୧୦/୨୦୨୪ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା) କଟକ ସଦରର ପୂର୍ବତନ ବିଜେଡ଼ି ବିଧାୟକ ଚନ୍ଦ୍ର ସାରଥି ବେହେରା ବିଜେପି ର ସଦସ୍ୟତା ଗ୍ରହଣ କରିଥିବା ନେଇ ସୋସିଆଲ ମିଡିଆରେ ପରିଚୟ ପତ୍ର ଘୁରି ବୁଲୁଥିବା କୁ ନେଇ ଚନ୍ଦ୍ର ସାରଥି ଆଜି ଏକ ଭିଡିଓ ଜାରି କରି ସ୍ପଷ୍ଟିକରଣ ରଖିଛନ୍ତି। କହିଛନ୍ତି ଯେ ମୁଁ ମୋର ନେତା ନବୀନ ପଟ୍ଟନାୟକଙ୍କ ନୀତି ଆଦର୍ଶରେ ଅନୁପ୍ରାଣୀତ ହୋଇ ବିଜେଡ଼ି ରେ ଥିଲି ରହିଛି ଓ ରହିବି ବୋଲି କହିଛନ୍ତି। ଏଭଳି ଅପପ୍ରଚାର କୁ ଦୃଢ଼ ଭାବେ ନିନ୍ଦା କରିବା ସହିତ ସଦରଵାସୀ ଠିକଣା ସମୟରେ ଠିକଣା ଜବାବ ଦେବେ ଵୋଲି କହିଛନ୍ତି।

Leave a Reply

Your email address will not be published. Required fields are marked *