ଛ’ମହାପୁରୁଷଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ

ପୁରୀ,୦୬/୧୨/୨୦୨୫ (ଓଡ଼ିଶା ସମାଚାର)-ମହାପୁରୁଷଙ୍କ ଚରିତ୍ର, ଆଦର୍ଶ ଓ କାର୍ଯ୍ୟାବଳୀ ସମାଜକୁ ସର୍ବଦା ପ୍ରେରଣା ଦେଇ ଚାଲିଥିବ ବୋଲି  ଅତିରିକ୍ତ ଜିଲ୍ଲାପାଳ (ପ୍ରଶାସନ) ଶରତ ଚନ୍ଦ୍ର ବେହେରା ମତବ୍ୟକ୍ତ କରିଛନ୍ତି ।ଶନିବାର ପୁରୀ ଜିଲ୍ଲା ପ୍ରତାପ ରାମଚନ୍ଦ୍ରପୁରସ୍ଥିତ ଗୋପୀନାଥ ଉଚ୍ଚ ମାଧ୍ୟମିକ ବିଦ୍ୟାପୀଠରେ ବ୍ଲକ ପ୍ରଶାସନ ପକ୍ଷରୁ ଉତ୍କଳ ସ୍ବାଭିମାନମଞ୍ଚ ସହଯୋଗରେ  ମଧୁସୂଦନ ଦାସ, ଜୟୀ ରାଜଗୁରୁ,କୃଷ୍ଣ ଚନ୍ଦ୍ର ଗଜପତି ନାରାୟଣ ଦେବ,ସୁଭାଷ ବୋଷ, ଗୋପବନ୍ଧୁ ଦାସ ଓ ରାଜା ହରିହର ମର୍ଦ୍ଧରାଜ ପ୍ରମୁଖ ରାଜ୍ୟର ୬ ଜଣ ମହାପୁରୁଷଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ ହୋଇଥିଲା। ପ୍ରତିମୂର୍ତ୍ତି ଉନ୍ମୋଚନ କରିବା ପରେ  ବିଦ୍ୟାଳୟର ଛାତ୍ର ଛାତ୍ରୀଙ୍କୁ ଉଦ୍ ବୋଧାନ ଦେଇ ଶ୍ରୀବେହେରା କହିଥିଲେ ପିଲା ଅବସ୍ଥାରୁ ମହାପୁରୁଷଙ୍କ ବିଷୟରେ ଜାଣିଲେ ସେମାନଙ୍କ ଚରିତ୍ର ଉପରେ ସକରାତ୍ମକ ପ୍ରଭାବ ପଡିବ । ବିଭିନ୍ନ ଶିକ୍ଷାନୁଷ୍ଠାନରେ ମହାପୁରୁଷଙ୍କ ପ୍ରତିମୂର୍ତ୍ତିସ୍ଥାପନ ଲାଗି ସ୍ବାଭିମାନ ମଞ୍ଚ କରୁଥିବା ବ୍ୟବସ୍ଥାକୁ ସେ ପ୍ରଶଂସା କରିଥିଲେ।

 ମଞ୍ଚର ସଭାପତି ରାଧାକାନ୍ତ ଦାଶଙ୍କ ପୌରହୀତ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସମ୍ବିତ ଶତପଥୀ, ସୂଚନା ଓ ଲୋକ ସମ୍ପର୍କ ବିଭାଗର ଉପ ନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ,ଜିଲ୍ଲା ପରିଷଦ ସଦସ୍ୟା ମୋନିକା ମିଶ୍ର,ମଞ୍ଚର ସମ୍ପାଦକ ଡ଼ ପ୍ରଭାକର ତ୍ରିପାଠୀ,ଯୁଗ୍ମ ସମ୍ପାଦକ ବାସୁଦେବ ସାହୁ, ଭଗବାନ ଦାସ,ମନୋରଞ୍ଜନ ମିଶ୍ର ଓ ସୁଜାତା ମିଶ୍ରଙ୍କ ସମେତ ଛାତ୍ର ଛାତ୍ରୀ ତଥା ସ୍ଥାନୀୟ ଜନସାଧାରଣ ଯୋଗଦେଇ ବରପୁତ୍ରମାନଙ୍କ ସ୍ମୃତି ଚାରଣ କରିଥିଲେ।

Leave a Reply

Your email address will not be published. Required fields are marked *