ସ୍ବଚ୍ଛତା ପାଇଁ ସରପଂଚ ଙ୍କ ନିଆରା କାର୍ଯକ୍ରମ 

ଯାଜପୁର , ୧/୭/୨୦୨୪ (ଓଡ଼ିଶା ସମାଚାର)-ଚିରଦିନ ପାଇଁ ସୁସ୍ଥ ରହିବାକୁ  ହେଲେ ଆମ ପରିବେଶକୁ ସଫା ଏବଂ ପରିଷ୍କାର ରଖିବାକୁ ପଡ଼ିବ ଓ ସେଥିପାଇଁ ଆମର ଚେଷ୍ଠା ଓ ଉଦ୍ୟମ ରହିବା ଆବଶ୍ୟକ ଅଛି ବୋଲି ମନେ କରି  ସୁଜନପୁର ପଂଚାୟତ ସରପଂଚ ଶ୍ରୀମତୀ ବିଷ୍ଣୁପ୍ରିୟା ମହାକୁଡ   ପଂଚାୟତ ର ନାଏବ ସରପଞ୍ଚ, ସମିତି ସଭ୍ୟ ଶ୍ରୀ ନାରାୟଣ ଜେନା ଓ ଅନ୍ୟମାନଙ୍କ ସହ ମିଶି   ରୁଦ୍ରଚରଣ ସରକାରୀ ବିଦ୍ୟାଳୟ ରେ  ସ୍ବଚ୍ଛତା ଓ ବର୍ଷା ଦିନିଆ ଜଳବାହିତ ରୋଗ ଓ ତାର ପ୍ରତିକାର ସମ୍ଭଧରେ  ଛାତ୍ରଛାତ୍ରୀ ମାନଙ୍କୁ ବିଭିନ୍ନ ସଚେତନତା ବାର୍ତ୍ତା ପ୍ରଦାନ କରିଥିଲେ । ପିଲାମାନେ ହେଉଛନ୍ତି ଆମ ଦେଶ ର ପରବର୍ତ୍ତୀ ଭବିଷ୍ୟତ , ସେମାନଙ୍କ ଦ୍ୱାରା ଏହି ବାର୍ତ୍ତା ନିଶ୍ଚୟ ସୁଦୂର ପ୍ରସାରି ହୋଇ ପାରିବ ବୋଲି ସୁଜନପୁର ସରପଂଚ କହିଛନ୍ତି ।

Leave a Reply

Your email address will not be published. Required fields are marked *