ମହାନଦୀ ବିହାର ମହିଳା ସମିତିର ୩୬ତମ  ବାର୍ଷିକ ଉତ୍ସବ

କଟକ, ୩୦/୬/୨୦୨୪ (ଓଡ଼ିଶା ସମାଚାର)-ମହାନଦୀ ବିହାର ମହିଳା ସମିତିର ୩୬ତମ  ବାର୍ଷିକ ଉତ୍ସବ ସଭାନେତ୍ରୀ ଇନ୍ଦୁ ଦାଶ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇ ଯାଇଛି। ବିଶିଷ୍ଟ ଶିକ୍ଷାବିତ୍ , ସୁସାହିତ୍ୟିକା ଡ ପ୍ରଭାତୀ ମିଶ୍ର ମୁଖ୍ୟ ଅତିଥି ଓ  ମନସ୍ତତ୍ତ୍ୱ ବିଭାଗର ଅବସର ପ୍ରାପ୍ତ ପ୍ରାଧ୍ୟାପିକା , ସୁସାହିତ୍ୟିକା  ଡ ପ୍ରତିଭା ମହାରଥୀ  ମୁଖ୍ୟବକ୍ତା, ଡ ପ୍ରଭାତ ରଞ୍ଜନ ବିଶ୍ଵାଳ,ପ୍ରାକ୍ତନ ବିଧାୟକ  ଯୋଗ ଦେଇ ପ୍ରଦୀପ ପ୍ରଜ୍ବଳନ ପୂର୍ବକ ଉକ୍ତ ଉତ୍ସବ କୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ମୁଖପତ୍ର “ଶ୍ରୀମୟୀ”ଅତିଥି ମାନଙ୍କ କର କମଳ  ରେ ଉନ୍ମୋଚିତ ହୋଇଥିଲା ।ବରିଷ୍ଟ ସଭ୍ୟା ଡ ପ୍ରଭାତି ମିଶ୍ର ଙ୍କ ପୁସ୍ତକ’ zest for Travel’ ମଧ୍ୟ ଲୋକାର୍ପିତ ହୋଇଥିଲା। କୋଷଧ୍ୟକ୍ଷା ରୀନା ମିଶ୍ର ଅତିଥି ପରିଚୟ ଓ ସମ୍ପାଦିକା ନିବେଦିତା ଷଡ଼ଙ୍ଗୀ ବାର୍ଷିକ ବିବରଣୀ ପାଠ କରିଥିଲେ । ମଧୁସ୍ମିତା ଷଡ଼ଙ୍ଗୀ ସଂଯୋଜନା  କରି ଥିବା ବେଳେ ଗାୟତ୍ରୀ ଶତପଥୀ ବେଦ ପାଠ ଓ ଉପସଭାପତି ଉମା ମହାନ୍ତି ଧନ୍ୟବାଦ୍ ଅର୍ପଣ କରିଥିଲେ। ସାଂସ୍କୃତିକ ସମ୍ପାଦିକା ନମିତା ଦାଶ ଙ୍କ ସହଯୋଗରେ  ଅମରେନ୍ଦୁ ମହାନ୍ତି ଙ୍କ ନିର୍ଦ୍ଦେଶିତ ଗୀତିନାଟ୍ୟ ” ପୁନେଇ ଖିଆ” ରେ ସଭ୍ୟା ଅନିତା, ଶର୍ମିଲା, ବନ୍ଦିତା,ସସ୍ମିତା,କନକ, ପ୍ରଣତି ଆଦି ଅଭିନୟ କରିଥଲେ। ଉପଦେଷ୍ଟା ସ୍ନେହ କର ଙ୍କ ସହ ସଞ୍ଜିତା ଦାଶ, ସୀମା କୁମାରୀ,ତୃପ୍ତି ,ପ୍ରମୁଖ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *