କଟକ,୧୫/୦୯/୨୦୨୫(ଓଡ଼ିଶା ସମାଚାର)-ଶୈଳବାଳା ମହିଳା ସ୍ୱୟଂ ଶାସିତ ମହାବିଦ୍ୟାଳୟରେ ଜାତୀୟ ସେବା ଯୋଜନା ଦିବସ ତଥା ସ୍ୱେଛାସେବୀ ମାନଙ୍କ ନିମନ୍ତେ ଏକ ଓରିଏଣ୍ଟେସନ୍ (ଆଭିମୁଖ୍ୟ) କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଅଧ୍ୟକ୍ଷ ପ୍ରଫେସର ଜୀବନ ବଲଭ ଜେନା ଙ୍କ ପୌରୋହିତ୍ୟରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅବସରପ୍ରାପ୍ତ ଅଥିନୀତି ବିଜ୍ଞାନର ଅଧ୍ୟାପକ ସେକ୍ କଲିମୁଲା ଯୋଗଦେଇ ଏନଏସଏସ ର ଗୁରୁତ୍ୱ ସଙ୍କ୍ରାନ୍ତରେ ଆଲୋକପାତ କରିଥିଲେ ।
ଅଧ୍ୟାପିକା ଡ଼ ଯୋଗମାୟା ପଣ୍ଡା ପ୍ରାରମ୍ଭିକ ସୂଚନା ଓ ପ୍ରାଧ୍ୟାପିକା ସାଗରୀକା ସାହୁ ଅତିଥି ପରିଚୟ ପ୍ରଦାନ କରିଥିଲେ । ଯୁକ୍ତ ୨ ଓ ଯୁକ୍ତ ୩ ର ଏନଏସଏସ ର ସ୍ୱେଛାସେବୀ ମାନେ ସାଂସ୍କୃତିକ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲେ । ପ୍ରାଧ୍ୟାପିକା ସରସ୍ୱତୀ ମାଝୀ ଧନ୍ୟବାଦ ଅର୍ପଣ କରିଥିଲେ ।
