କୁମ୍ଭୀର ଆକ୍ରମଣରେ ନାବାଳକର ମୃତ୍ୟୁ, ମୂଖ୍ୟମନ୍ତ୍ରୀ ଙ୍କ ଗଭୀର ଶୋକ

                                              ୬ ଲକ୍ଷ ଟଙ୍କାର ଅନୁକମ୍ପା ମୂଳକ ସହାୟତା ଘୋଷଣା

ଅନୁଗୋଳ,୨୯/୬/୨୦୨୪ (ଓଡ଼ିଶା ସମାଚାର)- ଅନୁଗୋଳରେ ଶନିବାର ଏକ ଦୁଃଖଦ ଘଟଣା ଘଟିଛି। ଜଣେ ୮ ବର୍ଷର ନାବାଳକ ଟିକରପଡ଼ା ମହାନଦୀ କୂଳରେ ଖେଳୁଥିବା ବେଳେ ହଠାତ୍‌ ଏକ କୁମ୍ଭୀର ଆସି ପଛପଟୁ ମହାନଦୀକୁ ଟାଣି ନେଇଥିଲା। ଖବର ପ୍ରଚାରିତ ହେବା ପରେ ସ୍ଥାନୀୟ ଲୋକେ ପହଞ୍ଚି ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଅଗ୍ନିଶମ ବାହିନୀ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଖୋଜାଖୋଜି କରିବା ପରେ ମହାନଦୀରୁ ନାବାଳକଙ୍କ ମୃତଦେହ ଉଦ୍ଧାର କରିଛନ୍ତି। ମୃତ ନାବାଳକ ଜଣକ ଟିକରପଡ଼ା ଘାଟ ସାହି ଅଞ୍ଚଳର  ସମୀର ନାୟକ (୮) ବୋଲି ସୂଚନା ମିଳିଛି। ପିଲାଟିର ମୃତ୍ୟୁରେ ଗାଁରେ ଶୋକର ଛାୟା ଖେଳିଯାଇଛି। ଏଥିସହ ସ୍ଥାନୀୟ ବାସିନ୍ଦା ଆତଙ୍କିତ ହୋଇପଡ଼ିଛନ୍ତି।

କୁମ୍ଭୀର ଆକ୍ରମଣରେ ନାବାଳକର ମୃତ୍ୟୁ ଘଟଣା ରେ ମୂଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଦୁଃଖ ପ୍ରକାଶ କରିବା ସହ ପରିବାର ବର୍ଗଙ୍କ ପ୍ରତି ସମବେଦନା ପ୍ରକାଶ କରିଛନ୍ତି। ଏହା ସହିତ ମୃତ ନାବାଳକର ପରିବାରର ନିକଟତମ ଆତ୍ମୀୟ ଙ୍କୁ ୬ ଲକ୍ଷ ଟଙ୍କାର ଅନୁକମ୍ପା ମୂଳକ ସହାୟତା ଯୋଗାଇ ଦେବାକୁ ମଧ୍ୟ ଘୋଷଣା କରିଛନ୍ତି।

Leave a Reply

Your email address will not be published. Required fields are marked *