ବିପ୍ଳବୀ ଆନନ୍ଦ ଚନ୍ଦ୍ର ଜେନା ସ୍ମୃତି କମିଟି ପକ୍ଷରୁ ଜିଲାଜଜ୍ ଙ୍କୁ ସମ୍ବର୍ଦ୍ଧନା

କେନ୍ଦ୍ରାପଡ଼ା, ୩୧/୦୧/୨୦୨୫(ଓଡ଼ିଶା ସମାଚାର)- ବିପ୍ଳବୀ ଆନନ୍ଦ ଚନ୍ଦ୍ର ଜେନା ସ୍ମୃତି କମିଟି ପକ୍ଷରୁ କେନ୍ଦ୍ରାପଡା ଜିଲାଜଜ ବିଶ୍ୱଜିତ ମହାନ୍ତିଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ସ୍ମୃତି କମିଟି ସଭାପତି ବରିଷ୍ଠ ଆଇନଜୀବୀ ବିଚିତ୍ରାନନ୍ଦ ମହାନ୍ତିଙ୍କ ନେତୃତ୍ୱରେ ସମ୍ପାଦକ ରମଣୀରଞ୍ଜନ ରାଉତରାୟ, ବରିଷ୍ଠ ଆଇନଜୀବୀ ଗଗନବିହାରୀ ଜେନା, ସରକାରୀ ଓକିଲ ସଞ୍ଜୟ କୁମାର ଜେନା, ନିରଞ୍ଜନ ବଳ ପ୍ରମୁଖ ଜିଲାଜଜ ଶ୍ରୀ ମହାନ୍ତିଙ୍କୁ ଉତରୀୟ, ପୁଷ୍ପଗୁଛ ଓ ବିପ୍ଳବୀଙ୍କ ଜୀବନୀ ପୁସ୍ତକ ପ୍ରଦାନ କରି ସମ୍ବର୍ଦ୍ଧନା ଜଣାଇଥିଲେ । ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାଜଜ୍ ବିଷ୍ଣୁଦେବ ଜେନା, ଗୋଲେଖ ଚନ୍ଦ୍ର ପରିଡା, ଅକ୍ଷୟପ୍ରିୟ ଦାସ, ମୁକ୍ତାର ଅଲ୍ଲୀ, ହରି ପ୍ରସାଦ କର, ଅଫସର ଅଲ୍ଲୀ ବକ୍ସ, ସତ୍ୟବ୍ରତ ସିଂହ, ଉମାକାନ୍ତ ଗୁରୁ, ଧିରେନ୍ଦ୍ର ଦାସ ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *