ଟାଙ୍ଗୀ ବ୍ଲକ ମିଶନ ଶକ୍ତି ସଭାନେତ୍ରୀଙ୍କ ଦୁବାଇ ଗ୍ରସ୍ତ ପୂର୍ବରୁ ସମ୍ବର୍ଦ୍ଧିତ

ନିରାକାରପୁର, ୨୨/୧୧/୨୦୨୩ (ଓଡ଼ିଶା ସମାଚାର)- ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକ ମିଶନ ଶକ୍ତି ସଭାନେତ୍ରୀ ଶ୍ରୀମତୀ ହରଷ ପ୍ରଧାନ ସରକାରଙ୍କ ମିଶନ ଶକ୍ତି ବିଭାଗ ତରଫରୁ ଦୁବାଇ ଭ୍ରମଣ କରିବା ପାଇଁ ମନୋନୀତ ହୋଇ ଆଜି ସନ୍ଧ୍ୟାରେ ଦୁବାଇ ଅଭିମୁଖେ ବାହାରିଛନ୍ତି। ଏହି ଅବସରରେ ତାଙ୍କୁ ତାଙ୍କ ନିଜସ୍ଵ ଗ୍ରାମପଞ୍ଚାୟତ ଲେଣ୍ଡୁ କାର୍ଯ୍ୟାଳୟ ନିକଟରେ ମହିଳା  ମହାସଂଘ ତରଫରୁ ସମ୍ବର୍ଦ୍ଧିତ କରାଯାଇଥିବାବେଳେ ଆଜି ମିଶନ ଶକ୍ତି ସଚିବ  ସୁଜାତା ଆର କାର୍ତ୍ତିକେୟନ ଏକ ସ୍ବତନ୍ତ୍ର ଉତ୍ସବରେ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରିଛନ୍ତି। ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ସେମାନଙ୍କୁ ସାକ୍ଷାତ କରି ଶୁଭକାମନା ଜଣାଇଛନ୍ତି। ପ୍ରକାଶ ଥାଉ କି  ଶ୍ରୀମତୀ ପ୍ରଧାନ ଟାଙ୍ଗୀ ବ୍ଲକ ରେ ଗତ ୧୫ ବର୍ଷ ହେବ ଅଧିକରୁ ଅଧିକ ସ୍ଵଂୟ ସହାୟକ ଗୋଷ୍ଠୀ ଗଠନ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବା ବେଳେ ମା ମାନେ କିପରି ନିଜେ ଆତ୍ମ ନିର୍ଭରଶୀଳ ହୋଇପାରିବେ ସେଥିପାଇଁ ଅହରହ ଚେଷ୍ଟା କରୁଛନ୍ତି। ଖୋର୍ଦ୍ଧା ଜିଲ୍ଲା ରେ ସମୁଦାୟ ୮ ଜଣ ମନୋନୀତ ହୋଇଥିବା ଥିବାବେଳେ ଟାଙ୍ଗୀ ବ୍ଲକ ରୁ ଶ୍ରୀ ପ୍ରଧାନଙ୍କ ନାମ ତାଲିକା ଭୁକ୍ତ ହୋଇଥିଲା।  ଏଥିପାଇଁ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ୫ ଟି ଚେୟାରମ୍ୟାନ ଭି. କେ ପଣ୍ଡିଆନ ଙ୍କୁ କୃତଜ୍ଞତା ଜଣାଇଛନ୍ତି।

Leave a Reply

Your email address will not be published. Required fields are marked *