ବାସ୍ତୁ ଶାସ୍ତ୍ରୀଙ୍କୁ ଜାତୀୟ ଆଇକନ୍ ସମ୍ମାନ

ଗରଦପୁର, ୨୮/୬/୨୦୨୪ (ଓଡ଼ିଶା ସମାଚାର)- ବାସ୍ତୁ ଶାସ୍ତ୍ରରେ ପାଣ୍ଡିତ୍ୟ ଲାଭ କରି ବିଭିନ୍ନ ସମୟରେ ଜାତୀୟ ସ୍ତରରେ ନିଜର ପ୍ରତିଭାକୁ ପ୍ରତିପାଦନ କରିଥିବା ବାସ୍ତୁ ଶାସ୍ତ୍ରୀ ଡ଼ ମନୋଜ କୁମାର ଲେଙ୍କାଙ୍କୁ ଚଳିତ ବର୍ଷ ଜାତୀୟ ଆଇକନ୍ ସମ୍ମାନ ରେ ସମ୍ମାନିତ କରାଯାଇ ବ୍ରୋଂଚ ପଦକ ପ୍ରଦାନ କରାଯାଇଛି । ଉଲେଖନୀୟ ଏହିକି ବାସ୍ତୁ ଶାସ୍ତ୍ରୀ ଶ୍ରୀ ଲେଙ୍କା ଙ୍କ ଘର ଗରଦପୁର ବ୍ଲକ ଅନ୍ତର୍ଗତ ବାସୁଦେଇପୁର ଗ୍ରାମରେ ଅଟେ । ସେ ଭୁବନେଶ୍ୱର ରେ ରହି ବାସ୍ତୁବିତ କାର୍ଯ୍ୟ ସମ୍ପାଦନ କରନ୍ତି । କେନ୍ଦ୍ର ସରକାରଙ୍କ ସଂସ୍କୃତି ମନ୍ତ୍ରଣାଳୟ , ଗ୍ରାମ୍ୟ ଉନ୍ନୟନ ମନ୍ତ୍ରଣାଳୟ , ଭାରତ ଟିଭି ମିଳିତ ସହଯୋଗରେ ଦିଲୀ ଦୁରଦର୍ଶନ ଭବନରେ ଆୟୋଜିତ ସମାରୋହରେ ସାମାଜିକ ନ୍ୟାୟ ମନ୍ତ୍ରୀ ରାମଦାସ ଅଠାୱାଲେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବାସ୍ତୁବିତ ଶ୍ରୀ ଲେଙ୍କା ଙ୍କୁ ସମ୍ମାନିତ କରିଥିଲେ ।

Leave a Reply

Your email address will not be published. Required fields are marked *