ରେଡ ରିବନ କ୍ଲବର ଆଲୋଚନାଚକ୍ର 

 ନିରାକାରପୁର, ୩୦/୧୧/୨୦୨୩ (ଓଡ଼ିଶା ସମାଚାର)- କବି ପ୍ରସନ୍ନ ପlଟ୍ଟଶାଣୀ ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ରେଡ ରିବନ କ୍ଲବର ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଅଛି । ରେଡକ୍ରସ ଦ୍ୱାରା ଆୟୋଜିତ ଏହି ଆଲୋଚନାଚକ୍ରକୁ ଅଧ୍ୟକ୍ଷ ଶ୍ରୀଯୁକ୍ତ ମିହିର ଚନ୍ଦ୍ର ମହାପାତ୍ର ଉଦଘାଟନ କରିଥିଲେ ।ଏଡ଼ସର କାରଣ ଓ ନିରାକରଣ ଉପରେ ଏଥିରେ ଆଲୋଚନା କରାଯାଇଥିଲା । ଏହି ଆଲୋଚନାଚକ୍ରରେ ବିଦ୍ୟାଳୟର ରେଡ଼କ୍ରସ ଅଧିକାରୀ ଶ୍ରୀ ପ୍ରାଣେଶ୍ୱର ଜୟସିଂହ, ସ୍କାଉଟ ଓ ଗାଇଡ଼ର ଅଧିକାରୀ ଶ୍ରୀ କିଶୋର କୁମାର ସାହୁ, ଜାତୀୟ ସେବା ସଂସ୍ଥାର କାର୍ଯ୍ୟକ୍ରମ ଅଧିକାରିଣୀ ପ୍ରିୟଙ୍କା ସ୍ୱାଇଁ ଯୋଗ ଦେଇଥିଲେ । ଏଥିରେ ବିଦ୍ୟାଳୟର ସମସ୍ତ ଅଧ୍ୟାପକ ଓ ଅଧ୍ୟାପିକା ଯୋଗଦାନ କରିଥିଲେ ।

Leave a Reply

Your email address will not be published. Required fields are marked *