ତଣ୍ଟି କଟା ହତ୍ୟାକାଣ୍ଡକୁ ମାସେ ପୁରିଲା, ହତ୍ୟାକାରୀ କୁ ଧରିବ କ’ଣ ସୁରାକ ବି ପାଇପାରୁ ନାହିଁ ପୋଲିସ 

କଟକ ସଦର,୨୫/୬/୨୦୨୪ (ଓଡ଼ିଶା ସମାଚାର/ବିଷ୍ଣୁ ବେହେରା): କମିଶନରେଟ କନ୍ଦରପୁର ଥାନା ଅଞ୍ଚଳରେ ଘଟିଥିବା ଵେକକଟା ହତ୍ୟାକାଣ୍ଡକୁ ମାସେ ପୁରିଥିଲା ବେଳେ ଉକ୍ତ ସମ୍ବେଦନଶୀଳ ଘଟଣା ରେ ସମ୍ପୃକ୍ତ ହତ୍ୟାକାରୀକୁ ପୋଲିସ ଧରିବା ତ ଦୂରର କଥା ତା ସମ୍ପର୍କରେ ସାମାନ୍ୟତମ ସୁରାକ ପାଇପାରୁ ନଥିବା ଅଭିଯୋଗ ହେଉଛି। ଯେଉଁଥିପାଇଁ ସାଧାରଣରେ ଅସନ୍ତୋଷ ଦେଖାଦେଇଛି। ଘଟଣାକ୍ରମ ଏଇଆ ଯେ ଗତ ମେ ମାସ ୨୪ ତାରିଖ ରାତି ଥିଲା ଦେଓପୁର ଗ୍ରାମର ସରୋଜ ଭୋଇ ଙ୍କ ପାଇଁ କାଳରାତ୍ରି। ରାତି ପାହିଲେ ୨୫ ତାରିଖ ଦିନ ଥିଲା ସାଧାରଣ ନିର୍ବାଚନ। ନିର୍ବାଚନ ପାଇଁ ଚାରି ଆଡେ଼ ମାହୋଲ ସରଗରମ ଥିଲା। ହେଲେ ୨୫ ତାରିଖ ଭୋଟ ଗ୍ରହଣ ଦିନ ସକାଳେ ଦେଖାଗଲା କି ସରୋଜର ତଣ୍ଟି କଟା ଶଵ ପଡ଼ିଛି ଘର ଠାରୁ ଏକ କିଲୋମିଟର ଦୂରରେ ଗହୀର ମଝିରେ ଥିବା ନୂଆଯୋର ନିକଟରେ।ଖଵର ଜଣାପଡିବା ପରେ ଘଟଣାସ୍ଥଳକୁ ଲୋକଙ୍କ ସୁଅ ଛୁଟିଥିଲା ବେଳେ ଉଚ୍ଚ ପଦସ୍ଥ ପୋଲିସ ଅଧିକାରୀ,ସାଇଣ୍ଟିଫିକ ଟିମ୍,ସନ୍ଧାନୀ କୁକୁର ର ଆସି ଛାନଭିନ୍ କରିଥିଲେ। ହେଲେ ପୋଲିସର ସବୁ ଉଦ୍ୟମ ଆଜି ଅପରାଧୀ ପାଖରେ ହାରମାନିଛି ବୋଲି ଚର୍ଚ୍ଚା ହେଉଛି। ତେବେ ଉକ୍ତ ହାଇ ପ୍ରୋଫାଇଲ୍ ମର୍ଡର ଉପରୁ କେବେ ପରଦା ଉଠୁଛି ତାକୁ କେବଳ ଦେଖିବାକୁ ବାକି ରହିଲା।

Leave a Reply

Your email address will not be published. Required fields are marked *