ଭୁବନେଶ୍ୱର, ୦୪/୦୫/୨୦୨୪ (ଓଡ଼ିଶା ସମାଚାର)- ତାତିରୁ ତ୍ରାହି ମିଳିବ । କାଳବୈଶାଖୀ ଆଶ୍ୱସ୍ତି ଆଣିବ । ରାଜ୍ୟରେ ୨୪ ଘଣ୍ଟାରେ କାଳବୈଶାଖୀ ବର୍ଷା ସମ୍ଭାବନା ରହିଛି। କାଳବୈଶାଖୀ ବର୍ଷା ତାପମାତ୍ରା କମାଇବ । ଉପକୂଳ ସମେତ କିଛି ସ୍ଥାନରେ କାଳବୈଶାଖୀ ସମ୍ଭାବନା ରହିଛି। ଏହାର ପ୍ରଭାବରେ ୩ ରୁ ୫ ଡିଗ୍ରୀ ଯାଏଁ ତାପମାତ୍ରା ହ୍ରାସ ପାଇବା ସମ୍ଭାବନା ରହିଛି ବୋଲି ଶନିବାର ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।
କମିବ ଦିନର ତାତି !!
ତାତିରୁ ମିଳିବ ଆଶ୍ବସ୍ତି !!ଆଗାମୀ ଦୁଇଦିନ ପରେ ରାଜ୍ୟର ଅନେକ ସ୍ଥାନରେ କାଳବୈଶାଖୀ ପ୍ରଭାବରେ ୩ ରୁ ୫ ଡ଼ିଗ୍ରୀ ଯାଏଁ ତାପମାତ୍ରା ରେ ହ୍ରାସ ଘଟିବା ସମ୍ଭାବନା ରହିଛି
— Meteorological Centre, Bhubaneswar (@mcbbsr) May 4, 2024