ଭୁବନେଶ୍ୱର, ୨୨/୬/୨୦୨୪ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ଓଡ଼ିଶାରେ ଏକ ସଫଳ ଉଦ୍ୟୋଗର ଏକ ପ୍ରେରଣାଦାୟୀ ଉଦାହରଣ ହୋଇଛି ୪୯ ବର୍ଷରେ ପଦାର୍ପଣ କରିଥିବା ଶିଳ୍ପସଂସ୍ଥା ରୁଚି। ରୁଚି ତାର ଅଗଣିତ ଗ୍ରାହକମାନଙ୍କୁ ପ୍ରୋତ୍ସାହନ ଦେଉଥିବା ବେଳେ ଫେଷ୍ଟିଭାଲ ବୋନାଞା ଅଫର୍ ଯୋଜନାରେ ଜଣେ ଗ୍ରାହକଙ୍କୁ କାର ଓ ପାଞ୍ଚ ଜଣ ଗ୍ରାହକଙ୍କୁ ଇ-ସ୍କୁଟର ଉପହାର ଆକାରରେ ପ୍ରଦାନ କରିଛି।
ଏହି ଅବସରରେ ସ୍ଥାନିୟ ଏକ ତାରକା ହୋଟେଲରେ ଆୟୋଜିତ ଉତ୍ସବରେ ରୁଚି ମସଲା ପକ୍ଷରୁ ୧୨ଟି ସାମଗ୍ରୀ କିଣିଥିବା ଗ୍ରାହକମାନଙ୍କ ମଧ୍ଯରୁ ପ୍ରଥମ ପୁରସ୍କାର ଭାବେ ଅନୁଗୁଳର ସାନୁ ବେହେରାଙ୍କୁ ମାରୁତି ସ୍ବିଫ୍ଟ କାର, କେନ୍ଦୁଝର ଜିଲ୍ଲା ବଡବଲର ଇନ୍ଦୁମତୀ ସାହୁ, ବାଲେଶ୍ୱର ଜିଲ୍ଲା ସୋରର ତିଳୋତ୍ତମା ନାୟକ, ମୟୁରଭଞ୍ଜ ଜିଲ୍ଲା ବିଷୋଇର ବାବୁଲା ପାତ୍ର, ବ୍ରହ୍ମପୁରର ବୈଷ୍ଣବୀ ସାମନ୍ତରା ଓ ରାୟଗଡାର ବାର୍ଥଲୋମି ସେନାପତିଙ୍କୁ ଇ-ସ୍କୁଟର ଉପହାର ସ୍ବରୂପ ପ୍ରଦାନ କରାଯାଇଥିବା ପରିପ୍ରେକ୍ଷିରେ ରୁଚି ପ୍ରତି ସାରା ଜୀବନ କୃତଜ୍ଞ ରହିବେ ବୋଲି ବିଜେତାମାନେ ପ୍ରକାଶ କରିଥିଲେ। ଏହା ସହିତ ଗ୍ରାହକ ମାନଙ୍କୁ ପ୍ରତ୍ୟେକ ମାସରେ ସ୍ବର୍ଣ୍ଣ, ରୌପ୍ୟମୁଦ୍ରା ଓ ସ୍ମାର୍ଟୱାଚ୍ ଉପହାର ସ୍ବରୂପ ଦିଆଯାଉଛି। ଉତ୍ସବରେ ରୁଚି ଉଦ୍ୟୋଗର ପରିଚାଳନା ନିର୍ଦ୍ଦେଶକ ଡକ୍ଟର ଶରତ କୁମାର ସାହୁ, ନିର୍ଦ୍ଦେଶିକା ରଶ୍ମି ସାହୁ, ସଲିନା ସାହୁ ମୁଖ୍ୟ ଅତିଥି, ନିର୍ଦ୍ଦେଶକ ଡକ୍ଟର ସୌରେନ୍ଦ୍ର କୁମାର ମହାପାତ୍ର ଅତିଥି, ବ୍ୟବସାୟିକ ମୁଖ୍ୟ ଦେବବ୍ରତ ପଟ୍ଟନାୟକ, ମୁଖ୍ୟ ମହାପ୍ରବନ୍ଧକ ମହେନ୍ଦ୍ର ଷଡଙ୍ଗୀ, ବିକ୍ରୟ ମୁଖ୍ୟ ଦିଲ୍ଲୀପ ସାହୁ, ମାନବସମ୍ବଳ ବିଭାଗ ସହକାରୀ ମହାପ୍ରବନ୍ଧକ ଅମ୍ବରୀଶ ପଟ୍ଟନାୟକ, ଲୋକସମ୍ପର୍କ ପ୍ରବନ୍ଧକ ଶୁଭେନ୍ଦୁ କୁମାର ଭୁୟା, ପ୍ରଶାସନିକ ପ୍ରବନ୍ଧକ ମୃଣାଳିନୀ ରାଉତ, ରାମଚନ୍ଦ୍ର ବେହେରା, ହେରାଲ୍ଡର ମୁଖ୍ୟ ସୂର୍ଯ୍ୟ ରଥ, ରୁଚିର ଉପ ପ୍ରବନ୍ଧକ ନ୍ୟାୟବ୍ରତ ରାଉତ, ସାଗର ରଞ୍ଜନ ବାରିକ, ସୋନାଲି ସାହୁ ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ଚଳଚ୍ଚିତ୍ର ଅଭିନେତ୍ରୀ ଲିପି ମହାପାତ୍ର, କଣ୍ଠଶିଳ୍ପୀ ସ୍ବୟମ୍ ଓ ହାସ୍ୟ ଅଭିନେତା ପପୁ ପମ୍ ପମ୍ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ମଞ୍ଚ ସଞ୍ଚାଳକ ଶୁଭମ୍ କାର୍ଯ୍ୟକ୍ରମ ସଂଯୋଜନା କରିଥିଲା ବେଳେ ହ୍ବାଇଟ କାନଭାସର ମୁଖ୍ୟ ଉଲ୍ଲାସ ଚନ୍ଦ୍ର ବେହେରା ଓ ଚିଣ୍ଟୁ ମିଶ୍ର ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।
