ନିରାକାରପୁର ଜଗନ୍ନାଥ ମନ୍ଦିରରେ ସ୍ନାନ ପୂର୍ଣ୍ଣିମା 

ନିରାକାରପୁର, ୨୨/୬/୨୦୨୪ (ଓଡ଼ିଶା ସମାଚାର)- ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ସ୍ଥିତ ଆରାଧ୍ୟ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ସ୍ନାନ ପୂର୍ଣ୍ଣିମା ଉତ୍ସବ ମନ୍ଦିର ପରିଚାଳନା ଟ୍ରଷ୍ଟ ପକ୍ଷରୁ ନୀତିକାନ୍ତି  ସହିତ କରାଯାଇଛି । ଶନିବାର ସକାଳୁ  ବଳଭଦ୍ର, ସାନ ଭାଇ ଜଗନ୍ନାଥ ଓ ମା’ ସୁଭଦ୍ରାଙ୍କୁ ସ୍ନାନ ମଣ୍ଡପକୁ ବିଜେ କରାଯାଇଥିଲା । ସକାଳ ୮ ଟାରେ ସ୍ନାନ ମଣ୍ଡପରେ ଜୟ ମଙ୍ଗଳା ଆଳତୀ  ପରେ ପୂର୍ବାହ୍ନ ୧୦ଟାରେ ସ୍ନାନ ବେଦୀରେ ସ୍ନାନ ପୂର୍ଣ୍ଣିମା ନୀତିକାନ୍ତି ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ୧୦୮ କଳସୀ ଜଳରେ ଶ୍ରୀଜୀଉମାନଙ୍କୁ ସ୍ନାନ କରାଯାଇଥିଲା । ମଧ୍ୟାହ୍ନ ୧୨ଟାରେ ବଲ୍ଲଭ ମଣୋହୀ ନୀତି  ହୋଇ ମଧ୍ୟାହ୍ନ ରେ ମଙ୍ଗଳାର୍ପଣ କରାଯାଇଥିଲା । ଦିନ ସାଢେ ଗୋଟାଏରେ ଗଜାନନ ବା ହାତୀ ବେଶରେ ତିନି ଠାକୁର ଭକ୍ତମାନଙ୍କୁ ଦର୍ଶନ ଦେଇଥିଲେ । ଦିନରେ ଖେଚୁଡ଼ି ଧୂପ ଅନୁଷ୍ଠିତ ହେବା ପରେ ରାତ୍ରରେ ତିନି ଠାକୁର ଅଣବସର ଘରେ ପ୍ରବେଶ କରିଛନ୍ତି  । ଏହି ସ୍ନାନ ପୂର୍ଣ୍ଣିମା ଅବସରରେ ବହୁ ସଂଖ୍ୟାରେ ଭକ୍ତ ସ୍ନାନ ବେଦୀରେ ଶ୍ରୀଜୀଉଙ୍କୁ ଦର୍ଶନ କରିଥିଲେ ।ଏହି ସମୟରେ ମନ୍ଦିର ପରିଚାଳନା କମିଟି ର ସମସ୍ତ ସଭ୍ୟ ମାନେ ଉପସ୍ଥିତ ରହି ସମସ୍ତ କାର୍ଯ୍ୟରେ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *