ନିରାକାରପୁର, ୧୯/୧୨/୨୦୨୩ (ଓଡ଼ିଶା ସମାଚାର)- ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକ କାଶିପୁର ଗ୍ରାମ ତଥା ଖୋର୍ଦ୍ଧା ଜିଲ୍ଲାର ଜଣେ ବରିଷ୍ଠ କମ୍ୟୁନିଷ୍ଟ ନେତା ଚରଣ ନେତାଙ୍କ ପରଲୋକ ହୋଇଥିବା ଜଣାପଡିଛି। ସ୍ଵର୍ଗତ ଦଳେଇ ଜଣେ ବରିଷ୍ଠ ଦକ୍ଷ କମ୍ୟୁନିଷ୍ଟ ନେତା। ସେ ବିଭିନ୍ନ ଅନ୍ୟାୟ ବିରୁଦ୍ଧରେ ବହୁ ସମୟରେ ସ୍ଵର ଉଠାଇ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରୁଥିଲେ। ସେ ଏକାଧାରରେ ଜଣେ ଶିକ୍ଷକ,ରାଜନେତା ଓ ପରୋପକାରୀ ବ୍ୟକ୍ତି ଥିଲେ। ତାଙ୍କ ମୃତ୍ୟୁରେ ଖୋର୍ଦ୍ଧା ର ବିଭିନ୍ନ ଅଞ୍ଚଳ ରେ ଶୋକ ର ଛାୟା ଖେଳିଯାଇଛି। ତାଙ୍କର ଶେଷ ଦର୍ଶନ କରିବାକୁ ବହୁ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଉପସ୍ଥିତ ରହିଥିଲେ।