ଆଦର୍ଶ ମହିଳା ପାର୍ବତୀ ସାହୁଙ୍କ ସ୍ମୁତିରେ ଶ୍ରଦ୍ଧାଞ୍ଜଳୀ ସଭା

ମାହାଙ୍ଗା ୨୦/୦୩/୨୦୨୫ (ଓଡିଶା ସମାଚାର /ଅଭୟ ଜେନା)ଆଦର୍ଶ ମହିଳା ପାର୍ବତୀ ସାହୁଙ୍କ ଦ୍ବାଦଶାହ ଉପଲକ୍ଷେ କୁସୁପୁର ଦଶହରା ପଡିଆ ନିକଟରେ ଏକ ଶ୍ରଦ୍ଧାଞ୍ଜଳୀ ସଭା ଅନୁଷ୍ଠିତ ହୋଇଯାଇଛି ।

ଶିଶୁ ସାହିତ୍ୟିକ ତଥା ଅଧ୍ୟାପକ ଡଃ ବସନ୍ତ କିଶୋର ସାହୁଙ୍କ ଅଧ୍ୟକ୍ଷତାରେ ଓ ସମାଜସେବୀ ରଞ୍ଜିତ କୁମାର ସାହୁଙ୍କ ଆବାହକତ୍ବରେ ଆୟୋଜିତ ସଭାରେ ଅତିଥି ଭାବରେ ଯୋଗଦେଇ ପୂର୍ବତନ ପ୍ରଶାସକ ଉପେନ୍ଦ୍ର ନାଥ ସ୍ବାଇଁ,କବି ନିରଞ୍ଜନ ଜେନା,ନୃତ୍ୟ ଗୁରୁ ଲକ୍ଷ୍ମୀ ଖମାରୀ, କବୟତ୍ରୀ ବିଦୁଷି ଲବଙ୍ଗଲତା ରାଉତ, ଆଖଣ୍ତଳମଣୀ ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ଦିଲ୍ଳୀପ କୁମାର ମହାନ୍ତି, ଭଣ୍ତାରୀପୋଖରୀ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରଞ୍ଜନ କୁମାର ମହାନ୍ତି,ସାହିତ୍ୟିକ ଅଖିଳେଶ ମହାନ୍ତି,ମାହାଙ୍ଗା ବ୍ଲକ ୪୧ ନଂ ଜୋନ ଜିଲ୍ଲାପରିଷଦ ଜଗବନ୍ଧୁ ସେଠୀ,ସାମ୍ବାଦିକ କବି ଭକ୍ତ ଚରଣ ସାହୁ, ବସନ୍ତ କୁମାର ପ୍ରୁଷ୍ଠି, ଶରତ କୁମାର ସାମଲ, ପ୍ରଦୀପ୍ତ ରାଉତରାଏ, ପରମାନନ୍ଦ ମହାନ୍ତି, ମକରେନ୍ଦ୍ର ସାହୁ, ସୁବୋଧ ବେହେରା, ଉମେଶ ଦାସ, ମାନସ ଚମ୍ପତି ରାୟ, ରମେଶ କୁମାର ପ୍ରୁଷ୍ଟି, ଅଦିତ୍ୟ ସେଠୀ ପ୍ରମୁଖ ଯୋଗ ଦେଇ ଏହି ସ୍ମୃତି ଚାରଣ ସଭାରେ ପାର୍ବତୀ ଦେବୀଙ୍କ କୀର୍ତ୍ତି ଓ କୃତୀର ମୂଲ୍ୟାୟନ କରିଥିଲେ ।

ସ୍ବାମୀ ଓ ଶଶୁରଙ୍କୁ ଖୁବ୍ କମ୍ ବୟସରେ ହରାଇ ମଧ୍ୟ ଦ୍ରୁଢ ଇଛାଶକ୍ତି, ଅକ୍ଲାନ୍ତ ପରିଶ୍ରମ, ଅଦ୍ୟମ ସାହାସକୁ ଯୁଟାଇ ପୁରୁଷ ପ୍ରଧାନ ସମାଜରେ ଏକ ସଫଳ ବ୍ୟବସାୟୀ ,ନାରୀନେତ୍ରୀ, ପିଲାମାନଙ୍କୁ ଯୋଗ୍ୟ ପ୍ରତିଷ୍ଠା କରିବା, ଗାଁରେ ଧର୍ମିୟ କାର୍ୟ୍ୟରେ ଅଗ୍ରଣୀ ଭୂମିକା ନେବା,ଅଭିରାମ ପରମହଂସଙ୍କ ଆଶ୍ରୀତ ହୋଇ ଗାଁ ରେ ଭାଗବତ ପ୍ରଚାର ଓ ପ୍ରସାର ଠାରୁ ଆରମ୍ଭ କରି ପଞ୍ଚବଟୀ ତପୋବନ ଓ ବିରୂପା ଶ୍ରୀକ୍ଷେତ୍ର ସହ ନିଜକୁ ସଂପ୍ରୁକ୍ତ ରଖିବା ।

ନିଜ ପୁଅ ବାହାଘର ବିନା ଯୌତୁକରେ କରାଇବା ଏବଂ ବିବାହ ଦିନ ଗାଁର ଶତାଧିକ ବୃଦ୍ଧ ଦମ୍ପତିକୁ ବିବାହ ମଞ୍ଚକୁ ଡାକି ଉଭୟଙ୍କ ମଧ୍ୟରେ ମାଳା ଅଦଳ-ବଦଳ କରାଇ ଦମ୍ପତିକୁ ପୂନଃବିବାହ କରାଇବା ଓ ସେମାନଙ୍କୁ ନୂତନ ବସ୍ତ୍ର ପ୍ରଦାନ କରିବା ଇତ୍ୟାଦି ପାର୍ବତୀ ଦେବୀଙ୍କ ସଂଗ୍ରାମ ଓ ସଂର୍ଘଷର କାହାଣୀ ଅନ୍ୟମାନଙ୍କ ପାଇଁ ପ୍ରେରଣା ଦାୟକ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ । ଅତିଥିମାନେ ପ୍ରଥମେ ସ୍ବର୍ଗୀୟ ପାର୍ବତୀ ଦେବୀଙ୍କ ଫଟୋ ଚିତ୍ରରେ ଫୁଲମାଳ ଦେଇ ଗଭୀର ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ । ତାଙ୍କ ଅମର ଆତ୍ମାର ସଦଗତି ପାଇଁ ୨ମିନିଟ୍ ନିରବ ପ୍ରର୍ଥନା କରାଯାଇଥିଲା ।

ପାର୍ବତୀ ସାହୁ ସ୍ମୁତିକମିଟି ତରଫରୁ ସାମ୍ବାଦିକ ଅମରେନ୍ଦ୍ର ସିଂଙ୍କ ସମ୍ପାଦନାରେ ପ୍ରକାଶିତ ସ୍ମୁତି ସ୍ମରଣୀକା “ବୋଉକୁ ଲୁହର ନୈବେଦ୍ୟ ” ଅତିଥି ମାନଙ୍କ ଦ୍ବାରା ଲୋର୍କାପଣ ହୋଇଥିଲା । ସାନପୁଅ ପ୍ରଶାନ୍ତ ଧନ୍ୟବାଦ ଅର୍ପଣ କରିଥିବା ବେଳେ ଝିଅ ପ୍ରତିଭା, ରଶ୍ମୀତା ଓ ବଡପୁଅ ଶାରଦା ଉପସ୍ଥିତ ରହି ସଭା ପରିଚାଳନାରେ ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *