ପ୍ରକାଶ ପାଇଲା ଓଜେଏସ୍ ରେଜଲ୍ଟ – ସୋମେଶ ରଣବିଜୁଳି ଟପ୍ପର

୩୩ କୃତକାର୍ଯ୍ୟ, ୨୪ ଝିଅ
ଭୁବନେଶ୍ୱର/କଟକ୧୪/୦୩/୨୦୨୫ (ଓଡ଼ିଶା ସମାଚାର/ଦୀପ୍ତିରଂଜନ କାନୁନଗୋ)- ପ୍ରକାଶପାଇଛି ଓଡ଼ିଶା ଜୁଡିସିଆଲ ସର୍ଭିସ-୨୦୨୩ ପରୀକ୍ଷା ଫଳ । ଏଥିରେ ୩୩ ଜଣ ପରୀକ୍ଷାର୍ଥୀ ଯୋଗ୍ୟ ବିବେଚିତ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ଅଛନ୍ତି ୨୪ମହିଳା । ରାଜ୍ୟରେ ସଭିଲ୍ ଜଜ୍ ଭାବେ ନଯୁକ୍ତ ହେବେ ଏହି ୩୩ଜଣ । ଓଡ଼ିଶା ଲୋକସେବା ଆୟୋଗ (ଓପିଏସସି) ଏହି ପରୀକ୍ଷା ପରିଚାଳନା କରିଥିଲା । ସୋମେଶ ରଣବିଜୁଳି ଏଥିରେ ଟପ୍ପର ହୋଇଥିବା ଜଣାଯାଇଛି ।

ଶେଷ ପର୍ଯ୍ୟାୟ ଚୟନ ପ୍ରକ୍ରିୟାରେ ସାମିଲ ହୋଇଥିବା ପରୀକ୍ଷାର୍ଥୀ opsc.gov.in.ୱେବ୍ ସାଇଟ୍ ରେ ଫଳାଫଳ ଦେଖିପାରିବେ । ତେବେ ତାଲିକାର ପ୍ରଥମ ୧୦ଜଣଙ୍କ ମଧ୍ୟରେ ରହିଛନ୍ତି ୮ଜଣ ଝିଅ । ଅରୁଣିମା ପତି ଦ୍ୱିତୀୟ, ପାୟଲ ଆତା ତୃତୀୟ ସ୍ଥାନ ଅଧିକାର କରିଛନ୍ତି ।

ଖୋର୍ଦ୍ଧା ବେଗୁନିଆ ବାସିନ୍ଦା ହେଉଛନ୍ତି ଟପ୍ପର ସୋମେଶ ରଣବିଜୁଳି । ସେ ନିଜର ସଫଳତା ସମ୍ପର୍କରେ ପ୍ରତିକ୍ରିୟାରେ କହିଛନ୍ତି, ମୁଁ ମୋର ସମସ୍ତ ସଫଳତାର ଶ୍ରେୟ ପ୍ରଥମେ ମୋ ପିତା ମାତା ଏବଂ ଭଗବାନଙ୍କୁ ଦେବି । ସେ ଜଣେ ସରକାରୀ ଚାକିରିଆ । ଏବେ ଖଣ୍ଡପଡାରେ ଅତିରିକ୍ତ ତହସିଲଦାର ଭାବେ କାର୍ଯ୍ୟରତ ଥିବାରୁ ତାଙ୍କପାଇଁ ଏହାର ପ୍ରସ୍ତୁତି ଅତ୍ୟନ୍ତ କଠିନ ଥିଲା । ସମସ୍ତଙ୍କ ଆଶୀର୍ବାଦ ପାଇଁ ଆଜି ସେ ଏଠାରେ ପହଂଚି ପାରିଛନ୍ତି ଓ ଫଳାଫଳ ପାଇଁ ବହୁତ ଖୁସି ଅଛନ୍ତି । ଆଗରୁ ଅନେକ ଥର ସ୍ୱଳ୍ପ ନମ୍ବର ପାଇଁ କଟିଯାଇଥିଲି । ତେବେ ରେଜଲ୍ଟ ଦେଖିଲା ପରେ ଭଗବାନଙ୍କୁ ଧନ୍ୟବାଦ ଅର୍ପଣ କରୁଛି ବୋଲି କହିଛନ୍ତି ସୋମେଶ ।

Leave a Reply

Your email address will not be published. Required fields are marked *