ଟପ୍ପର ଛାତ୍ର ଛାତ୍ରୀ ଙ୍କ ଲକ୍ଷ୍ୟ

କଲେଜ ଟପ୍ପର ଅଂଶୁମାନୀଙ୍କ ଅଧ୍ୟାପିକା ହେବାକୁ ଲକ୍ଷ୍ୟ

କେନ୍ଦ୍ରାପଡା,୨୧/୬/୨୦୨୪ (ଓଡ଼ିଶା ସମାଚାର)-  କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟର +୩ କଳା ବିଭାଗର ଭୂଗୋଳ ସମ୍ମାନ ଛାତ୍ରୀ ଅଂଶୁମାନୀ ସାହୁ ଚଳିତ ବର୍ଷ ମୋଟ ୨୭୫୦ମାର୍କରୁ ୨୫୨୧ମାର୍କ ଅର୍ଥାତ ୯.୭୫ ସିଜିପିଏ ମାର୍କ ରଖି କଲେଜ ଟପ୍ପର ହୋଇଛନ୍ତି । ମାଟ୍ରିକ ଏବଂ +୨ବିଜ୍ଞାନ ଶ୍ରେଣୀରେ ପ୍ରଥମ ଶ୍ରେଣୀରେ ପାସ କରିଥିବା ଅଂଶୁମାନୀ ହେଉଛନ୍ତି ଜଣେ ମେଧାବୀ ଛାତ୍ରୀ ।  ସେ ହେଉଛନ୍ତି କେନ୍ଦ୍ରାପଡା ପୌରାଂଚଳ  ଅନ୍ତର୍ଗତ ସାନ୍ତସାହି ଗ୍ରାମର ବିଜୟ କୁମାର ସାହୁ ଓ ରଞ୍ଜିତା ସାହୁଙ୍କ ଝିଅ । ଅଂଶୁମାନୀଙ୍କ ପିତା ଏକ ବେସରକାରୀ ସଂସ୍ଥାରେ ଚାକିରୀ କରୁଥିବା  ବେଳେ ମା’ ଜଣେ ଗୃହିଣୀ ଅଟନ୍ତି । ଭୂଗୋଳରେ ପିଜି କରିବା ପରେ ଜଣେ ଅଧ୍ୟାପିକା ହେବାକୁ ଲକ୍ଷ୍ୟ ରଖିଛନ୍ତି ଅଂଶୁମାନୀ ।

କଲେଜ ବିଜ୍ଞାନ ବିଭାଗର ଟପ୍ପର ଅର୍ପିତା ପ୍ରିୟଦର୍ଶିନୀ ଅଧ୍ୟାପିକା ହେବେ

କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟର +୩ ବିଜ୍ଞାନ ବିଭାଗର ପଦାର୍ଥ ବିଜ୍ଞାନ ସମ୍ମାନ ଛାତ୍ରୀ ଅର୍ପିତା ପ୍ରିୟଦର୍ଶିନୀ ବିଶ୍ୱାଳ ଚଳିତ ବର୍ଷ ମୋଟ ୨୭୫୦ମାର୍କରୁ ୨୫୧୯ମାର୍କ ଅର୍ଥାତ ୯.୬୭ ପ୍ରତିଶତ ମାର୍କ ରଖି ବିଜ୍ଞାନ  ବିଭାଗର ଟପ୍ପର ହୋଇଛନ୍ତି । ମାଟ୍ରିକ ଏବଂ +୨କଳା ଶ୍ରେଣୀରେ ପ୍ରଥମ ଶ୍ରେଣୀରେ ପାସ କରିଥିବା ଅର୍ପିତା ପ୍ରିୟଦର୍ଶିନୀ ହେଉଛନ୍ତି ଜଣେ ମେଧାବୀ ଛାତୀ୍ର । ସେ ହେଉଛନ୍ତି କେନ୍ଦ୍ରାପଡା ଜିଲାର ଆଳି ବ୍ଲକ ଅନ୍ତର୍ଗତ ସହିରା ଗ୍ରାମର ସଞ୍ଜୀବ ବିଶ୍ୱାଳ ଓ ମମତା ଧଳଙ୍କ କନ୍ୟା । ଅର୍ପିତାଙ୍କର ଜଣେ ସାନ ଭଉଣୀ ଅଛନ୍ତି ।  ତାଙ୍କ ପିତା ଜଣେ ଶିକ୍ଷକ  ହୋଇଥିବା ବେଳେ ମା ଜଣେ ଶିକ୍ଷୟିତ୍ରୀ ଅଟନ୍ତି । ଅର୍ପିତା ଭବିଷ୍ୟତରେ ଜଣେ ଅଧ୍ୟାପିକା ହେବାକୁ ଲକ୍ଷ୍ୟ ରଖିଛନ୍ତି ।

କଲେଜ ବାଣିଜ୍ୟ ବିଭାଗର ଟପ୍ପର ବିଜୟ କଷ୍ଟଆକାଉନ୍ଟାନ୍ଟ ହେବେ

କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟର +୩ ବାଣିଜ୍ୟ ବିଭାଗ ସମ୍ମାନ ଛାତ୍ର ବିଜୟ କୁମାର ସାହୁ ଚଳିତ ବର୍ଷ ମୋଟ ୨୭୫୦ମାର୍କରୁ ୨୨୫୧ମାର୍କ ଅର୍ଥାତ ୮.୮୮ ପ୍ରତିଶତ ମାର୍କ ରଖି ବାଣିଜ୍ୟ  ବିଭାଗର ଟପ୍ପର ହୋଇଛନ୍ତି । ମାଟ୍ରିକ ଏବଂ +୨ବାଣିଜ୍ୟ ଶ୍ରେଣୀରେ ପ୍ରଥମ ଶ୍ରେଣୀରେ ପାସ କରିଥିବା ବିଜୟ ହେଉଛନ୍ତି ଜଣେ ମେଧାବୀ ଛାତ୍ର ।  ସେ ହେଉଛନ୍ତି ରାଜନଗର ବ୍ଲକ ଅନ୍ତର୍ଗତ ଚମ୍ପାଦିଆ ଗ୍ରାମର ଗଣେଶ ଚନ୍ଦ୍ର ସାହୁ ଓ ଭଗବତୀ ସାହୁଙ୍କ ପୁତ୍ର ।  ବିଜୟଙ୍କ ପିତା ଜଣେ ବେସରକାରୀ ସଂସ୍ଥାରେ ଚାକିରୀ କରୁଥିବା ବେଳେ ତାଙ୍କ ମା’ ଜଣେ ଗୃହିଣୀ ଅଟନ୍ତି । ବିଜୟ ଭବିଷ୍ୟତରେ ଜଣେ କଷ୍ଟ ଆକାଉଁଟା ହେବାକୁ ଲକ୍ଷ୍ୟ ରଖିଛନ୍ତି ।

Leave a Reply

Your email address will not be published. Required fields are marked *