ଅନ୍ତର୍ଜାତୀୟ ଯୋଗଦିବସ ଓ  ସମ୍ବର୍ଦ୍ଧନା ସଭା  

ମାହାଙ୍ଗା ୨୧/୬/୨୦୨୪ ( ଓଡିଶା ସମାଚାର/ ଅଭୟ ଜେନା )- ବିରୂପା ଗେଙ୍ଗୁଟି ଦ୍ବିପାଞ୍ଚଳ ଅନ୍ତର୍ଗତ ରଘୁନାଥ ନୋଡାଲ ସରକାରୀ ଉଚ୍ଚ ବିଦ୍ୟାପୀଠ କୋଠପଦା ପ୍ରାଙ୍ଗଣରେ ବିଶ୍ୱ ଯୋଗଦିବସ ଏବଂ ବିଦାୟକାଳୀନ ସମ୍ବର୍ଦ୍ଧନା ସଭା ପ୍ରଧାନଶିକ୍ଷକ ପ୍ରତାପ ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ  ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ସାମ୍ବାଦିକ ଅଖିଳେଶ ମହାନ୍ତି ମୁଖ୍ୟଅତିଥି ଭାବେ ଯୋଗଦେଇ ମଣିଷକୁ ନିରୋଗୀ ଏବଂ ସୁସ୍ଥ ରଖିବାରେ ଯୋଗ ଏକ ବଳିଷ୍ଠ ମାଧ୍ୟମ ବୋଲି କହିଥିଲେ । ବିଦ୍ୟାଳୟରୁ ଅବସର ନେଇଥିବା ସରକାରୀ କର୍ମଚାରୀ ଗୋପେନ ଚକ୍ରବର୍ତ୍ତୀଙ୍କ ସମୟାନୁବର୍ତ୍ତିତା ଏବଂ କର୍ତ୍ତବ୍ୟ ସମ୍ପାଦନ ବେଶ ପ୍ରଶଂସନୀୟ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ । ପ୍ରାକ୍ତନ ପ୍ରଧାନଶିକ୍ଷକ ତଥା ନାଟ୍ୟକାର କିଶୋର ଚନ୍ଦ୍ର ଦାଶ ବିଶିଷ୍ଟ ଅତିଥିଭାବେ ଯୋଗଦେଇଥିଲେ ।  ଶିକ୍ଷକ ରଞ୍ଜୁଲତା ରାଉତ,ପର୍ଶୁରାମ ଦାସ,ପ୍ରୀତିପଲ୍ଲବୀ ସ୍ୱାଇଁ, ବ୍ରଜବନ୍ଧୁ ପଲେଇ, ମାଗୁଣି ଚରଣ ସାମଲ, ନିହାରିକା ପ୍ରିୟଦର୍ଶିନୀ, ରଶ୍ମିତା ବାରିକ, ଯୋଗଜନ୍ମା ବେହେରା, ସନ୍ଧ୍ୟାରାଣୀ ଦାସ, ସଚିନ ପ୍ରଧାନ, ଗୌରୀଶଙ୍କର ମିଶ୍ର, ପ୍ରମୁଖ ବକ୍ତବ୍ୟ ପ୍ରଦାନ କରିଥିଲେ ।  ଉତ୍ସବରେ ବିଦ୍ୟାଳୟର ଅଣ ଶିକ୍ଷକ ଶ୍ରୀ ଚକ୍ରବର୍ତ୍ତୀଙ୍କୁ ମାନପତ୍ର, ଉପଢୌକନ, ପୁଷ୍ପଗୁଛ ଏବଂ ବିଭିନ୍ନ ଉପହାର ପ୍ରଦାନ କରାଯାଇଥିଲା । ଛାତ୍ର-ଛାତ୍ରୀ ଅଭିଭାବକ ଏବଂ ବହୁ ବୁଦ୍ଧିଜୀବୀ ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ । ଅଜୟ କୁମାର ନନ୍ଦ ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *