ଭୁବନ,୨୧/୬/୨୦୨୪ (ଓଡ଼ିଶା ସମାଚାର)- ଭୁବନ ର ବିଭିନ୍ନ ସ୍ଥାନରେ ବିଶ୍ୱ ଯୋଗ ଦିବସ ପାଳିତ ହୋଇଯାଇଛି।ଭୁବନ ମହିଳା ଡିଗ୍ରୀ ମହାବିଦ୍ୟାଳୟରେ ଅଧ୍ୟକ୍ଷ ଦିଲୀପ କୁମାର ଦାସ ଯୋଗ ଦିବସ କୁ ଆନୁଷ୍ଠାନିକ ଭାବେ ଉଦଘାଟନ କରି ଯୋଗ ର ଉପକାରିତା ସମ୍ପର୍କରେ ଆଲୋକପାତ କରିଥିଲେ। ଏନ୍ ସି ସି , ଏନ୍ ଏସ ଏସ ଓ ଯୁବ ରେଡକ୍ରସ ସ୍ଵଚ୍ଛାସେଵୀ ଙ୍କ ସହ ମହାବିଦ୍ୟାଳୟର କର୍ମଚାରୀ ମାନେ ଉପସ୍ଥିତ ରହି ଯୋଗ କରିଥିଲେ। ଏନ୍ ଏସ ଏସ ପ୍ରୋଗ୍ରାମ ଅଫିସର ନିରଞ୍ଜନ ନାୟକ, ଏନସିସି ଅଫିସର କ୍ୟାପଟେନ ପ୍ରମିଳା ଦାସ, ଯୁବ ରେଡ କ୍ରସ୍ କାଉନସିଲର ଅନୁପମା ମିଶ୍ର ଓ ଖେଳ ଶିକ୍ଷକ ଗଦାଧର ସାହୁ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ। ସେହିପରି ଭୁବନ ମହିଳା ହାଇଅର୍ ସେକେଣ୍ଡାରୀ ସ୍କୁଲରେ ମଧ୍ୟ ପାଳନ କରାଯାଇଥିଲା। ଅନୁରୂପ ଭାବେ ଭୁବନ ମିନି ଷ୍ଟାଡିୟମ୍ ଠାରେ ଆର ଏସ ଏସ ଆନୁକୁଲ୍ୟରେ ବିଶ୍ଵ ଯୋଗ ଦିବସ ପାଳିତ ହୋଇଯାଇଛି। କାମାକ୍ଷା ନଗର ବିଧାୟକ ଶତ୍ରୁଘ୍ନ ଜେନା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶିବିର କୁ ଉଦଘାଟନ କରିଥିଲେ। ପ୍ରଶିକ୍ଷକ ଭାବେ ଜଗବନ୍ଧୁ ବିହାରୀ ଯୋଗଦେଇଥିଲେ । ବିଜୁ ପଟ୍ଟନାୟକ ଇଣ୍ଡୋର ଷ୍ଟାଡିୟମ୍ ପରିସରରେ ମଧ୍ୟ ବିଶ୍ଵ ଯୋଗ ଦିବସ ପାଳିତ ହୋଇଯାଇଛି। ଏହି ଶିବିର ରେ ମଧ୍ୟ ବିଧାୟକ ଶତ୍ରୁଘ୍ନ ଜେନା ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ ।