କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟରେ ଜାତୀୟ ଯୁବ ଦିବସ ପାଳିତ

କେନ୍ଦ୍ରାପଡ଼ା, ୧୨/୦୧/୨୦୨୪ (ଓଡ଼ିଶା ସମାଚାର)-କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟର ଜାତୀୟ ଯୁବ ରେଡକ୍ରସ୍ ଆନୁକୂଲ୍ୟରେ ୨୭ତମ ଜାତୀୟ ଯୁବ ଦିବସ ପାଳିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ଅଶୋକ କୁମାର ଦାସଙ୍କ ପୌରହିତ୍ୟରେ ଅନୁଷ୍ଠିତ ସଭାରେ ମୁଖ୍ୟବକ୍ତା ଭାବେ ବିଶିଷ୍ଟ ସାମାଜିକ କର୍ମୀ ବିଷ୍ଣୁଚରଣ ମହାପାତ୍ର ଯୋଗଦେଇ ବିବେକାନନ୍ଦଙ୍କ ଶିକ୍ଷାଦାନ ଏବଂ ଆନ୍ତର୍ଜାତୀୟ ସଂହତିରେ ଯୁବକମାନଙ୍କ ଭୂମିକା ଉପରେ ବିସ୍ତୃତ ଭାବେ ଆଲୋକପାତ କରିଥିଲେ । ଏହି ସଭାରେ ଯୁବ ରେଡକ୍ରସ୍ ର ପରାମର୍ଶଦାତା ଅଧ୍ୟାପକ ବିକାଶ କୁମାର ନାୟକ ଅତିଥି ପରିଚୟ ପ୍ରଦାନ କରିବା ସହିତ ସାଂପ୍ରତିକ ସମୟରେ ଦେଶ ଗଠନରେ ଯୁବକମାନଙ୍କ ଭୂମିକା ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ଯୁବ ଦିବସ ଉପଲକ୍ଷେ ମହାବିଦ୍ୟାଳୟ ପରିସରରେ ଥିବା ସ୍ୱାମୀ ବିବେକାନନ୍ଦଙ୍କ ପ୍ରତିମୂର୍ତୀରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା । ଯୁବ ରେଡକ୍ରସ୍ ର ସ୍ୱେଚ୍ଛାସେବୀମାନଙ୍କ ଦ୍ୱାରା କଲେଜ ପରିସରକୁ ସଫେଇ କରାଯାଇଥିଲା । ଏଥିସହିତ ସ୍ୱେଚ୍ଛାସେବୀମାନେ ନିଶା ନିବାରଣ ପାଇଁ ଶପଥ ପାଠ କରିଥିଲେ । ଏ ସମସ୍ତ କାର୍ଯ୍ୟକ୍ରମକୁ ଯୁବ ରେଡକ୍ରସ୍ ର ସ୍ୱେଚ୍ଛାସେବୀ ଗୋପୀନାଥ ତ୍ରିପାଠୀ, ସୁବାଶିଷ ମହାରଣା, ସନ୍ଧ୍ୟାରାଣୀ ରାୟ, ବିଜ୍ଞାନ ବେଜ୍ ପ୍ରମୁଖ ପରିଚାଳନା କରିଥିଲେ ।

Leave a Reply

Your email address will not be published. Required fields are marked *