ସମାଜସେବୀ ଶ୍ରଦ୍ଧାଞ୍ଜଳୀ ମାଁ ବିରଜା ସମ୍ମାନରେ ସମ୍ମାନୀତ

ଯାଜପୁର,୧୫/୦୪/୨୦୨୪ (ଓଡ଼ିଶା ସମାଚାର)-ସ୍ଥାନୀୟ ଜିଲ୍ଲା ସଂସ୍କୃତି ଭବନ ପରିସରରେ କେନ୍ଦ୍ରାପଡା ସ୍ଥିତ ମୂର୍ଚ୍ଛନା ଓ ସଂସ୍କୃତି କଳା ଏକାଡ଼େମୀ ତରଫରୁ ରବିବାର ଦିନ ଯାଜପୁର ଲୋକ କଳା ମହୋତ୍ସବ ୨୦୨୪ ସମାଜ ସେବା ପାଇଁ ସମାଜସେବୀ ଶ୍ରଦ୍ଧାଞ୍ଜଳି ରାୟଙ୍କୁ ମାଁ ବିରଜା ସମ୍ମାନରେ ସମ୍ମାନୀତ କରାଯାଇଥିଲା। ଏହି ଅବସରରେ ସମସ୍ତ ସିନେ କଳାକାର ଓ ସୁରକ୍ଷା ଅଧିକାରୀ ଉପସ୍ଥିତ ଥିଲେ। ବିଭିନ୍ନ କ୍ଷେତ୍ର ବିଶେଷ କରି ସଙ୍ଗୀତ, ଖେଳ କୁଦ, ସଂସ୍କୃତି, କଳା କ୍ଷେତ୍ରରେ ପାରଦର୍ଶିତା ଲଭିଥିବା ବ୍ୟକ୍ତିବିଶେଷଙ୍କୁ ମଧ୍ୟ ଏହି ଅବସରରେ ସମ୍ମାନୀତ କରାଯାଇଥିଲା। କାର୍ୟ୍ୟକ୍ରମରେ ଭୁବନେଶ୍ଵର ସ୍ଥିତ ଓଡ଼ିଆ ଭାଷା ପ୍ରତିଷ୍ଠାନର ପ୍ରାକ୍ତନ ନିର୍ଦ୍ଦେଶକ ଡକ୍ଟର ହରିହର କାନୁନଗୋ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସମସ୍ତଙ୍କୁ ଉତ୍ସାହିତ କରିଥିଲେ।

Leave a Reply

Your email address will not be published. Required fields are marked *