କେନ୍ଦ୍ରାପଡ଼ା,୧୫/୧୨/୨୦୨୩ (ଓଡ଼ିଶା ସମାଚାର)-କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ କୋରୋ ଗ୍ରାମପଂଚାୟତର ପାଳକଣା ଗ୍ରାମର ପରି ସେଠୀଙ୍କ ବିୟୋଗରେ ତାଙ୍କ ବାସଭବନରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ଅନୁଷ୍ଠିତ ସ୍ମୃତିସଭାରେ ବିଜୁଜନତାଦଳର ସକ୍ରୀୟ ସଭ୍ୟ ଇଂ ମୂରଲୀଧର ସେଠୀ, ସଞ୍ଜୟ ମଲ୍ଲିକ, ରବୀନ୍ଦ୍ର କୁମାର ସେଠୀ, ସେକ ଅବଦୁଲ, ସୁଦର୍ଶନ ମହାପାତ୍ର, ବସନ୍ତ କୁମାର ମଲ୍ଲିକ, କରୁଣାକର ସାହୁ, ରୋହିତ ମଲ୍ଲିକ, ରାମଚନ୍ଦ୍ର ସେଠୀ, ରଜନୀକାନ୍ତ ସେଠୀ, ସରସ୍ୱତୀ ସେଠୀ, ଲକ୍ଷ୍ମୀ ସେଠୀ ପ୍ରମୁଖ ଯୋଗଦେଇ ସ୍ୱର୍ଗତ ସେଠୀଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ସ୍ୱର୍ଗତ ସେଠୀ ଛାତ୍ର ଜୀବନରୁ କିଭଳି ସମାଜସେବା କ୍ଷେତ୍ରରେ ନିଜ ଜୀବନକୁ ଉତ୍ସର୍ଗ କରିବା ସହିତ ଗାଁ ମୁରବୀ ଭାବେ ଏକ ସ୍ୱତନ୍ତ୍ର ପରିଚିତ ହାସଲ କରିଥିଲେ ସେ ସମ୍ପର୍କରେ ମତବ୍ୟକ୍ତ କରି ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ ।
Related Posts
ସୁନ୍ଦରଗଡ଼ ଜିଲା ସାମ୍ବାଦିକ ୟୁନିୟନର ବୈଠକ ଓ ନୂତନ କର୍ମକର୍ତ୍ତା ନିର୍ବାଚନ
ସଂଜୀବ ସଭାପତି ଓ ସତ୍ୟାନନ୍ଦ ସାଧାରଣ ସମ୍ପାଦକ ରାଉରକେଲା,୧୫/୧୨/୨୦୨୪ (ଓଡ଼ିଶା ସମାଚାର/ ସସ୍ମିତା ପ୍ରଧାନ)- ଓଡିଶା ସାମ୍ବାଦିକ ୟୁନିୟନ(ଓୟୁଜେ) ଅନୁବନ୍ଧିତ ସୁନ୍ଦରଗଡ଼ ଜିଲା ସାମ୍ବାଦିକ ୟୁନିୟନ (SUJ)ର…
ପୂର୍ବତନ ସରପଂଚ ଅଜୟ ଦାସଙ୍କ ମୃତୁ୍ୟରେ ରାଜ୍ୟ ପୂର୍ବତନ ସରପଂଚ ମହାସଂଘର ଶୋକ
ଭୁବନେଶ୍ୱର,୦୮/୦୭/୨୦୨୬(ଓଡ଼ିଶା ସମାଚାର)- ଗତକାଲି କଟକ ଜିଲା କଂଟାପଡ଼ା ବ୍ଲକ, ପୋସ୍ତଳ ଗ୍ରାମ ପଂଚାୟତର ପୂର୍ବତନ ସରପଂଚ ଅଜୟ ଦାସଙ୍କର ରହମ୍ଭା ବାସଭବନରେ ଅପରାହ୍ନ ୫ ଘଟିକା ସମୟରେ…
ଜାତୀୟ ଜନଜାତି ଗବେଷଣା ପ୍ରତିଷ୍ଠାନ (TRIs)ଗୁଡ଼ିକର ସଶକ୍ତୀକରଣ ନେଇ ଦୁଇ ଦିନିଆ ଜାତୀୟ କର୍ମଶାଳା ଭୁବନେଶ୍ୱରରେ ଆରମ୍ଭ
କେନ୍ଦ୍ର ଜନଜାତି ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ‘ଟ୍ରାଇବ୍ଏକ୍ସ (TribeX)’ ଡିଜିଟାଲ୍ ଶିକ୍ଷା ମଞ୍ଚର ଶୁଭାରମ୍ଭ ସମ୍ପୂର୍ଣ୍ଣାନନ୍ଦ ସଂସ୍କୃତ ବିଶ୍ୱବିଦ୍ୟାଳୟ, ବାରାଣସୀ ଏବଂ କିଟ୍ ଟେକ୍ନୋଲୋଜି ବିଜନେସ୍ ଇନ୍କ୍ୟୁବେଟର…
