ଯାଜପୁର ଜିଲା ସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟି ବୈଠକ ଅନୁଷ୍ଠିତ ।

ଯାଜପୁର, ୨୧/୬/୨୦୨୪ (ଓଡ଼ିଶା ସମାଚାର)- ଆଜି ପୂର୍ବାହ୍ନରେ ଜିଲା ପରିଷଦ ସମ୍ମିଳନୀ କକ୍ଷରେ ଜିଲାପାଳ ଏବଂ ଜିଲା ମାଜିଷ୍ଟ୍ରେଟ ଶ୍ରୀ ନିଖିଲ ପବନ କଲ୍ୟାଣଙ୍କ ଅଧ୍ୟକ୍ଷତାରେ ଜିଲା ସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଅଛି । ଊକ୍ତ ବୈଠକରେ ଓଡିଶାର ମାନ୍ୟବର ମନ୍ତ୍ରୀ ବୟନ ଶିଳ୍ପ, ହସ୍ତତନ୍ତ ଏବଂ ହସ୍ତଶିଳ୍ପ ଶ୍ରୀଯୁକ୍ତ ପ୍ରଦୀପ ବଳସାମନ୍ତ, ମାନ୍ୟବର ସାଂସଦ ଶ୍ରୀଯୁକ୍ତ ରବିନ୍ଦ୍ର ନାରାୟଣ ବେହେରା, ମାନ୍ୟବର ବିଧାୟିକା ତଥା ପୂର୍ବତନ ମନ୍ତ୍ରୀ ଓ ପୂର୍ବତନ ବାଚସ୍ପତି ଶ୍ରୀମତୀ ପ୍ରମିଳା ମଲ୍ଳ୍ିକ, ମାନ୍ୟବର ବିଧାୟକ, ବଡଚଣା ଶ୍ରୀଯୁକ୍ତ ଅମର କୁମାର ନାୟକ, ମାନ୍ୟବର ବିଧାୟକ, କୋରେଇ ଶ୍ରୀଯୁକ୍ତ ଆକାଶ ଦାସନାୟକ, ମାନ୍ୟବର ବିଧାୟିକା, ଯାଜପୁର ଶ୍ରୀମତୀ ସୁଜାତା ସାହୁ, ମାନ୍ୟବର ବିଧାୟକ, ବରୀ ଶ୍ରଯୁକ୍ତ ବିଶ୍ୱ ରଂଜନ ମଲ୍ଳ୍ିକ, ମାନ୍ୟବର ବିଧାୟକ, ଧର୍ମଶାଳା ଶ୍ରୀଯୁକ୍ତ ହିମାଂଶୁ ଶେଖର ସାହୁ, ଜିଲା ପରିଷଦ ସଭାପତି ଶ୍ରୀମତୀ ନଳିନୀ ପ୍ରଭା ଜେନା ଏବଂ ଜିଲା ପରିଷଦ ଉପ-ସଭାପତି ଶ୍ରୀ ଗଣେଶ୍ୱର ବରାଳ ଯୋଗ ଦେଇଥିଲେ । ପ୍ରାରମ୍ଭରେ ଅତିରିକ୍ତ ଜିଲାପାଳ, ରାଜସ୍ୱ ଶ୍ରୀ ଶୁଭେନ୍ଦ୍ର କୁମାର ସାମଲ ଅତିଥି ପରିଚୟ ପ୍ରଦାନ କଲାପରେ ଅଧ୍ୟକ୍ଷ ଏବଂ ଅତିଥି ବୃନ୍ଦ ମା’ ବିରଜାଙ୍କ ପଂଟୋଚିତ୍ର ନିକଟରେ ପ୍ରଦୀପ ପ୍ରଜ୍ୱଳନ କରି ବୈଠକକୁ ଉଦଘାଟନ କରିଥିଲେ । ଜିଲା ପ୍ରଶାସନ ପକ୍ଷରୁ ମାନ୍ୟବର ମନ୍ତ୍ରୀ, ସାଂସଦ, ବିଧାୟକ ବୃନ୍ଦ ଏବଂ ସମସ୍ତ ଅତିଥି ବୃନ୍ଦଙ୍କୁ ପୁଷ୍ପଗୁଛ ଓ ଉତରୀୟ ପ୍ରଦାନ ପୂର୍ବକ ଜିଲାପାଳ ସମ୍ୱର୍ଦ୍ଧନା ଜ୍ଞାପନ କରଥିଲେ । ଏହାପରେ ବୈଠକର କାର୍ଯ୍ୟସୂଚୀ ଅନୁଯାୟୀ କଣ୍ଟ୍ରୋଲ ରୁମ୍ କାର୍ଯ୍ୟକାରିତା, ନଦୀବନ୍ଧ ଗୁଡିକର ସୁଦୃଢୀକରଣ, ବନ୍ୟା ଜଳ ଓ ବର୍ଷା ଜଳ ଜମୁଥିବା କୃତି୍ରମ ବନ୍ୟା ସ୍ଥାନ ମାନଙ୍କରୁ ଜଳ ନିଷ୍କାସନ କରିବା, ବନ୍ୟାପ୍ରବଣ ଅଂଚଳ ଗୁଡିକରେ ନୋଡାଲ ଅପିଂସର ନିଯୁକ୍ତି, ବିଭିନ୍ନ ବିଭାଗୀୟ ଅଧିକାରୀ ମାନଙ୍କ ଦ୍ୱାରା ଦୈନନ୍ଦିନ ପରିସ୍ଥିତି ରିପୋର୍ଟ ଜିଲା ପ୍ରଶାସନକୁ ଦେବା, ନଦୀ ଗର୍ଭରେ ପ୍ରବାହିତ ବନ୍ୟାଜଳ ମାପିବା ଓ ଏ ସମ୍ୱନ୍ଧୀୟ ଜନ ସଚେତନତା ବାର୍ତା ଦେବା, ବିପର୍ଯ୍ୟୟ ପୂର୍ବରୁ ଆଗୁଆ ସଚେତନତା ବାର୍ତା ଦେବା, ଅସ୍ଥାୟୀ ୱାରଲେସ୍ କେନ୍ଦ୍ର କାର୍ଯ୍ୟ କରିବା, ଦୂର ସଂଚାର ସେବା ଯୋଗାଇବା, ବନ୍ୟାପ୍ରବଣ ଅଞ୍ଚଳରେ ପାୱାର ବୋଟ ମହଜୁଦ କରି ରଖିବା, ସୁଖିଲା ଖାଦ୍ୟ, ଓ÷୍ୟଷଧ ପତ୍ର, ଗୋ ଖାଦ୍ୟ, ପାନୀୟ ଜଳ, ପଲିଥିନ୍, ବହୁମୁଖୀ ବନ୍ୟା ବାତ୍ୟା ଆଶ୍ରୟ ସ୍ଥଳ ଗୁଡିକୁ ପ୍ରସ୍ତୁତ କରି ରଖିବା, ଲୋକ ମାନଙ୍କୁ ସ୍ଥାନାନ୍ତରଣ କରିବା ନିମନ୍ତେ ଆଗୁଆ ଯୋଜନା ପ୍ରସ୍ତୁତ କରିବା, ଓଡ୍ରାଫ, ଏନ୍ଡିଆରଏଫ, ଅଗ୍ନିଶମ ବାହିନୀ ସଜାଗ ରଖିବା, ଅସ୍ଥାୟୀ ଭାବେ ହେଲି ପ୍ୟାଡ ସ୍ଥାନ ନିରୂପଣ କରିବା, ରିଲିଫ କାର୍ଯ୍ୟ ସୂଚାରୁ ରୂପେ ପରିଚାଳନା କରିବା, ଅତ୍ୟାବଶ୍ୟକ ସେବା ଗୁଡିକୁ ଯୁଦ୍ଧକାଳୀନ ଭିତିରେ ପୁନଃରୁଦ୍ଧାର କରିବା ଆଦି ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରାକୃତିକ ବିପର୍ଯ୍ୟୟ ପ୍ରାକ୍ ପ୍ରସ୍ତୁତି, ବିପର୍ଯ୍ୟୟ ସମୟରେ ପୁନଃରୁଦ୍ଧାର, ଥଇଥାନ ଓ ବିପର୍ଯ୍ୟୟ ପରେ ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ, ପାନୀୟ ଜଳ, ପରିମଳ ସେବା ଜନିତ ବିଷୟବସ୍ତୁ ଗୁଡିକ ଉପରେ ଅତିରିକ୍ତ ଜିଲାପାଳ ଶ୍ରୀ ସାମଲ ବୈଠକରେ ସୂଚନା ପ୍ରଦାନ କରିଥିଲେ ।
ଆଲୋଚନା କ୍ରମେ ମାନ୍ୟବର ବିଧାୟକ, କୋରେଇ ଶ୍ରୀଯୁକ୍ତ ନାୟକ କୋରେଇ ଏବଂ ବଙ୍ଗାଳ ପଂଚାୟତର ବନ୍ୟାପ୍ରବଣ ଅଂଚଳ ନଦୀ ବନ୍ଧକୁ ପଥର ପ୍ୟାକିଂ କରିବା, ବ୍ୟାପକ ବୃକ୍ଷ ରୋପଣ କରି ଜିଲାରେ ପ୍ରଦୁ୍ୟଷଣକୁ ରୋକିବା ଓ ପରିବେଶ ସନ୍ତୁଳନ ଦିଗରେ ପ୍ରସ୍ତାବ ଆଗତ କରିଥିବା ବେଳେ ଜିଲାପାଳ ଏଥିପ୍ରତି ଧ୍ୟାନ ଦିଆଯିବ ବୋଲି ପ୍ରକାଶ କରି ମାନ୍ୟବର ମନ୍ତ୍ରୀ, ମାନ୍ୟବର ସାଂସଦ, ମାନ୍ୟବର ବିଧାୟିକା ଓ ବିଧାୟକ ବୃନ୍ଦ ଏବଂ ଜିଲା ପରିଷଦ ସଭାପତି ଓ ଉପ-ସଭାପତି ନିଜ ନିଜ ନିର୍ବାଚନ ମଣ୍ଡଳୀ ଓ ଅଂଚଳ ପାଇଁ ଏବଂ ଯାଜପୁର ପୌର ପରିଷଦ ଅଂଚଳରେ ବନ୍ୟାଜଳ ନିଷ୍କାସନ କରିବା, ବନ୍ୟା ଜଳ ଓ ବର୍ଷା ଜଳ ନିଷ୍କାସନ ଦିଗରେ ଆବଶ୍ୟକ ସ୍ଥଳେ ସ୍ଥାୟୀ ସମାଧାନ ନିମନ୍ତେ ଦୀର୍ଘ ମିଆଦି କାର୍ଯ୍ୟକ୍ରମ ପାଇଁ ସରକାରଙ୍କୁ ଅବଗତ କରାଯିବ ବୋଲି ଜିଲାପାଳ ଉଲ୍ଳେଖ କରିଥିଲେ । ସେହିପରି ମାନ୍ୟବର ବିଧାୟିକା ଶ୍ରୀମତୀ ପ୍ରମିଳା ମଲ୍ଳ୍ିକ ବିଂଝାରପୁର ନିର୍ବାଚନ ମଣ୍ଡଳୀ ଅଧୀନ ଦଶରଥପୁର ଓ ବିଂଝାରପୁର ବ୍ଳକ ବନ୍ୟାପ୍ରବଣ ହୋଇଥିବାରୁ ବନ୍ୟାପ୍ରବଣ ସ୍ଥାନ ମାନଙ୍କରେ ଉଦ୍ଧାର କାର୍ଯ୍ୟ ନିମନ୍ତେ ଅଧିକ ପାୱାର ବୋଟ୍ ପ୍ରଦାନ କରିବାକୁ ପ୍ରସ୍ତାବ ରଖିଥିବା ବେଳେ ଜିଲାପାଳ ଶ୍ରୀ କଲ୍ୟାଣ ବର୍ତମାନ ପାଇଁ ଜିଲାରେ ୩୬ ଗୋଟି ପାୱାର ବୋଟ୍ କୁ ସମସ୍ତ ବ୍ଳକକୁ ବଣ୍ଟନ କରାଯାଇଥିବା ବେଳେ ଜିଲାକୁ ଅଧିକ ବୋଟ୍ ଯୋଗାଇ ଦେବାପାଇଁ ରାଜ୍ୟ ସରକାର ସ୍ୱତନ୍ତ୍ର ରିଲିଫ କମିଶନରଙ୍କୁ ତୁରନ୍ତ ଅନୁରୋଧ କରାଯିବ ବୋଲି ପ୍ରକାଶ କରିଥିଲେ ।
ବୈଠକ ଶେଷରେ ଜିଲା ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଶ୍ରୀ ଅଶୋକ କୁମାର ବେହୁରିଆ ଧନ୍ୟବାଦ ପ୍ରଦାନ କରିଥିଲେ । ବୈଠକରେ ଅନ୍ୟ ମାନଙ୍କ ମଧ୍ୟରେ ସମସ୍ତ ପଂଚାୟତ ସମିତିର ଅଧ୍ୟକ୍ଷ/ଅଧ୍ୟକ୍ଷା, ସମସ୍ତ ବ୍ଳକର ବିଡିଓ, ତହସିଲଦାର, ଅତିରିକ୍ତ ଉପ-ଜିଲାପାଳ ଶ୍ରୀମତୀ ମନୋରମା ଜାଲି, ଜିଲା ଜରୁରୀ ଅଧିକାରୀ ଶ୍ରୀ ଅଶୋକ କୁମାର ବେହେରା, ଡେପୁଟୀ କଲେକ୍ଟର, ସଂସ୍ଥା ଶ୍ରୀମତୀ ସୋନମ୍ ଦାସ, ବିଭିନ୍ନ ଲାଇନ୍ ଡିପାର୍ଟମେଣ୍ଟର ଅଧିକ୍ଷଣ ଯନ୍ତ୍ରୀ, ନିର୍ବାହୀ ଯନ୍ତ୍ରୀ, ଜିଲା ସ୍ତରୀୟ ଅଧିକାରୀ, ବିଭିନ୍ନ ଗଣମାଧ୍ୟମ ପ୍ରତିନିଧି ବୃନ୍ଦ ଯୋଗ ଦେଇଥିଲେ । ପ୍ରକାଶ ଥାଉ କି, ପ୍ରାକୃତିକ ବିପର୍ଯ୍ୟୟ ବା ଯେ କୈାଣସି ବିପର୍ଯ୍ୟୟ ସମ୍ୱନ୍ଧୀୟ ସୂଚନା ନିମନ୍ତେ ଜିଲା ପ୍ରଶାସନ ତରଫରୁ ଯୋଗାଯୋଗ ନିମନ୍ତେ ଜିଲା କଣ୍ଟ୍ରୋଲ ରୁମ୍ ଟେଲିପୋଂନ ନମ୍ୱର ୦୬୪୨୮-୨୨୨୬୪୮ ଜାରି କରାଯାଇଛି ।

Leave a Reply

Your email address will not be published. Required fields are marked *