ରକ୍ତଶିକୁଳି ଜନିତ ରକ୍ତହୀନତା ନିରାକରଣ ସଚେତନତା ଅଭିଯାନ

ଖୋର୍ଦ୍ଧା /ବାଲିପାଟଣା, ୨୦/୬/୨୦୨୪ (ଓଡ଼ିଶା ସମାଚାର)- ରକ୍ତଶିକୁଳି ଜନିତ ରକ୍ତହୀନତା ନିରାକରଣ ସଚେତନତା ଅଭିଯାନକୁ ଉପଜିବ୍ୟକରି ବିଶ୍ଵ ସିକିଲସ୍ ଡ଼େ ଶିଶୁଅନନ୍ତ ମହାବିଦ୍ୟାଳୟରେ ପାଳିତ ହୋଇଯାଇଛି। ଡଃ ମଧୁମତୀ ରଥଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ପ୍ରତିଭାଦୀପ୍ତ ପ୍ରାଧ୍ୟାପିକା ଡ଼ ମାନସୀ ଷଡ଼ଙ୍ଗୀ ନିଜ ପ୍ରାରମ୍ଭିକ ବକ୍ତବ୍ୟରେ କହିଥିଲେ ଯେ “ସିକଲ ସେଲ୍ ଆନିମିଆ (Sickle Cell Anemia) ଏକ ବଂଶାନୁ କ୍ରମିକ ରକ୍ତ ରୋଗ। ଏହା ଲୋହିତ ରକ୍ତକଣିକାକୁ ପ୍ରଭାବିତ କରିଥାଏ, ଯାହାଫଳରେ ସେଗୁଡ଼ିକ ଅସ୍ୱାଭାବିକ ଆକାର ଧାରଣ କରିଥାଏ, ଯାହାଦ୍ୱାରା ବିଭିନ୍ନ ସ୍ୱାସ୍ଥ୍ୟଗତ ଜଟିଳତା ଦେଖାଦେଇଥାଏ। କେନ୍ଦ୍ରସରକାର ସଚେତନତା ବୃଦ୍ଧି, ଅର୍ନ୍ତଚିତ୍ର( ସ୍କ୍ରିନିଂ )ଏବଂ ଚିକିତ୍ସା ପ୍ରଦାନ ଏବଂ ପ୍ରଭାବିତ ବ୍ୟକ୍ତି ଏବଂ ପରିବାରକୁ ସହାୟତା କରିବା ପାଇଁ ପଦକ୍ଷେପ ଆରମ୍ଭ କରିଛନ୍ତି। ଭାରତରେ ସିକଲସେଲ୍ ଆନିମିଆରେ ରହୁଥିବା ଲୋକଙ୍କ ପାଇଁ ଏହି ରୋଗର ମୁକାବିଲା ଏବଂ ଜୀବନଧାରଣର ମାନରେ ଉନ୍ନତି ଆଣିବାପାଇଁ ପ୍ରୟାସ ଜାରି ରହିଛି।ଏହି ଅଭିଯାନର ଉଦ୍ଦେଶ୍ୟ ହେଉଛି ବିଶେଷକରି ଜନଜାତି ଜନସଂଖ୍ୟାରେ ଥିବା ସିକଲସେଲ୍ ରୋଗ କାରଣରୁ ସୃଷ୍ଟିହେଉଥିବା ଗମ୍ଭୀର ସ୍ୱାସ୍ଥ୍ୟ ଆହ୍ୱାନର ସମାଧାନ କରିବା।୨୦୪୭ ସୁଦ୍ଧା ଏକ ସାର୍ବଜନୀନ ସ୍ୱାସ୍ଥ୍ୟ ସମସ୍ୟା ରୂପରେ ସିକଲ ସେଲ୍ ରୋଗକୁ ସମାପ୍ତ କରିବାପାଇଁ ସରକାର ଜାରି ରଖିଥିବାଏକ ପ୍ରୟାସ ଦିଗରେ ଏହି ଅଭିଯାନ ବିଶେଷ ମହତ୍ୱପୂର୍ଣ୍ଣ ସାବ୍ୟସ୍ତ ହେବ। ଜାତୀୟ ସିକଲସେଲ୍ ଆନିମିଆ ଉନ୍ମୁଳନ ଅଭିଯାନ କାର୍ଯ୍ୟକାରୀ କରିବାଲାଗି୨୦୨୩ସାଧାରଣ ବଜେଟ୍ ରେ ଘୋଷଣା କରାଯାଇଥିଲା। ଏହାକୁ ଦେଶର ୧୭ଟି ଉଚ୍ଚକେନ୍ଦ୍ରିତ ରାଜ୍ୟ – ଓଡ଼ିଶା, ଉତ୍ତରାଖଣ୍ଡ, ତେଲଙ୍ଗାନା, ଗୁଜରାଟ, ତାମିଲନାଡ଼ୁ, ରାଜସ୍ଥାନ ପ୍ରମୁଖ ରାଜ୍ୟରେ କାର୍ଯ୍ୟକାରୀ କରାଯିବ ବୋଲି ସ୍ଥିରହେବା ଏକ ସାମାଜିକ ସୁବାର୍ତ୍ତା।  ଏହି ସମ୍ପାନରେ  ପ୍ରଫେସର ଡଃ ସରୋଜ ମହାପାତ୍ର, ଡଃ ବିଜୟ କୁମାର ଶତପଥୀ, ଡଃ ସିପ୍ରା ନାୟକ, ସମର୍ପିତା ଷଡ଼ଙ୍ଗୀ, ଡଃ ସୁଜାତା ସାହୁ, ଡଃ ସସ୍ମିତା ବିଶ୍ବାଳ  ବିଶ୍ବ ସିକିଲସ୍ ଡ଼େ ପାଳନର ପ୍ରାସଙ୍ଗିକତାକୁ ଉପଜିବ୍ୟ କରି ଏହାର ସମ୍ବେଦନଶୀଳ ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ। ନିଜର ସଭାପତିତ୍ବ ଅଭିଭାଷଣରେ ଅଧ୍ୟକ୍ଷା ଡଃ ରଥ “ରକ୍ତଶିକୁଳି ଜନିତ ରକ୍ତହୀନତା ନିରାକରଣ ସଚେତନତା ଅଭିଯାନକୁ ଉପଜିବ୍ୟ କରି ବିଶ୍ଵ ସିକିଲସ୍ ଡ଼େ ସମଗ୍ର ବିଶ୍ଵରେ ପାଳିତ ହେଉଛି  ବୋଲି ମତବ୍ୟକ୍ତ କରିଥିଲେ।

Leave a Reply

Your email address will not be published. Required fields are marked *