ଜିଲ୍ଲା ସ୍ତରୀୟ ଶିଶୁ ଶ୍ରମିକ ନିରାକରଣ ସଚେତନତା ଶୋଭାଯାତ୍ରା ଓ ରଥ ପରିକ୍ରମା

ଜଗତସିଂହପୁର, ୨୦/୬/୨୦୨୪ (ଓଡ଼ିଶା ସମାଚାର)-ଆଜି ପୂର୍ବାହ୍ନ ରେ ଜିଲ୍ଲାପାଳ ଙ୍କ କାର୍ୟ୍ୟଳୟ ସମ୍ମୁଖ ରେ ଥିବା ପଡିଆ ଠାରେ ଜଗତସିଂହପୁର ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ଶ୍ରମ ବିଭାଗ ପକ୍ଷରୁ ଜିଲ୍ଲା ସ୍ତରୀୟ ଶିଶୁ ଶ୍ରମିକ ନିରାକରଣ ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି ।ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜିଲ୍ଲାପାଳ ଶ୍ରୀ ଅନୁପମ ସାହା ସବୁଜ ପତାକା ଦେଖାଇ ପ୍ରସ୍ତୁତ ସଚେତନତା ରଥ ର ଶୁଭାରମ୍ଭ କରିଥିଲେ। ୧୪ ବର୍ଷ ପୁରି ନଥିବା ଶିଶୁ ଙ୍କୁ କୌଣସି ପ୍ରକାର ର ବୃତ୍ତି ଏବଂ ପ୍ରକ୍ରିୟା ରେ ତଥା ୧୫ ରୁ ୧୮ ବର୍ଷ ର କିଶୋର ଙ୍କୁ ବିପଦ ସଙ୍କୁଳ ବୃତ୍ତି ରେ ନିୟୋଜିତ ନ କରିବା ପାଇଁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ। ଆଜିର ଶିଶୁ କାଲି ର ଭବିଷ୍ୟତ ବୋଲି ଅଭିହିତ କରି ଜିଲ୍ଲାପାଳ ଶ୍ରୀ ସାହା ସେମାନଙ୍କ ପାଠପଢା ପାଇଁ ବିଦ୍ୟାଳୟ ର ରାସ୍ତା ଦେଖାଇବାକୁ ପରାମର୍ଶ ଦେଇଥିଲେ। ଜିଲ୍ଲା ର ୮ ଟି ବ୍ଲକ୍ ଏବଂ ୨ ଟି ପୌର ପାଳିକା ରେ ଏହି ସଚେତନତା ରଥ ପରିକ୍ରମା କରି ସମସ୍ତ ଜନସାଧାରଣ ଙ୍କୁ ଏହି ସମସ୍ୟା ଓ ଏହା ସହ ଜଡିତ ଆଇନ୍ ବିଷୟ ରେ ସଚେତନ କରିବ।ଏହି ପରିପ୍ରେକ୍ଷୀରେ ଜିଲ୍ଲା ଶ୍ରମ ଅଧିକାରୀ ଶ୍ରୀମତୀ ସ୍ମୃତିରେଖା ନାୟକ ଶିଶୁ ଶ୍ରମିକ ପ୍ରଥା କୁ ଏକ ସମାଜିକ ବ୍ୟାଧି ରୁପେ ଅଭିହିତ କରି ଜଗତସିଂହପୁର ଜିଲ୍ଲା କୁ ଏହି ବ୍ୟାଧି ରୁ ମୁକ୍ତ କରିବା ପାଇଁ ସଂକଳ୍ପ ନେବାକୁ କହିଥିଲେ। କୌଣସି ସହୃଦୟ ବ୍ୟକ୍ତି ଏପରି ଘଟଣା ଦେଖିଲେ ତୁରନ୍ତ ଶ୍ରମ କାର୍ୟ୍ୟାଳୟ/ଥାନା ବା ଚାଇଲ୍ଡ ଲାଇନ ନମ୍ବର ୧୦୯୮ କିମ୍ବା ଶ୍ରମିକ ସହାୟତା ହେଲ୍ପ ଲାଇନ୍ ନମ୍ବର ୧୫୫୩୬୮ ରେ ଯୋଗାଯୋଗ କରିବାକୁ ସେ ଅନୁରୋଧ କରିଥିଲେ।ଶିଶୁ ଶ୍ରମିକ ନିୟୋଜିତ କରିଥିବା ବ୍ୟକ୍ତିଙ୍କୁ ୨୫ ହଜାର ରୁ ୫୦ ହଜାର ଟଙ୍କା ପର୍ୟ୍ୟନ୍ତ ଜୋରିମାନା ଓ ୬ ମାସ ରୁ ୨ ବର୍ଷ ପର୍ୟ୍ୟନ୍ତ କାରାଦଣ୍ଡ ଭୋଗିବାକୁ ପଡିବ ବୋଲି ଶ୍ରୀମତୀ ନାୟକ ସୂଚନା ଦେଇଥିଲେ। ଏହି ଅବସରରେ ଏକ ସଚେତନତା ପଦଯାତ୍ରା ଅନୁଷ୍ଠିତ ହୋଇଥିଲା। ସଚେତନତା ବାର୍ତ୍ତା ବହନ କରୁଥିବା ଏହି କାର୍ୟ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ପ୍ରଭାଗୀୟ ଶ୍ରମ ଆୟୁକ୍ତ ବାବା ଆନନ୍ଦ ରଂଜନ ଦାସ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ, ଅତିରିକ୍ତ ଶ୍ରମ ଅଧିକାରୀ ଶ୍ରୀ ସନ୍ତୋଷ କୁମାର ମହାନ୍ତି,ଅତିରିକ୍ତ ଶ୍ରମ ଅଧିକାରୀ ଶ୍ରୀ ଶାନ୍ତନୁ କୁମାର ବ୍ରହ୍ମ,ଶ୍ରମ ବିଭାଗ ର କର୍ମକର୍ତ୍ତା ଓ ଗଣମାଧ୍ୟମ ପ୍ରତିନିଧି ପ୍ରମୁଖ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *