କଟକ, ୧୮/୬/୨୦୨୪ (ଓଡ଼ିଶା ସମାଚାର)- ଆଧ୍ୟାତ୍ମିକ ସ୍ତମ୍ଭକାର,ପ୍ରବକ୍ତା ତଥା ଅଗ୍ରଣୀ ଆଧ୍ୟାତ୍ମିକ ପତ୍ରିକା “ଦିବ୍ୟାଲୋକ ସନ୍ଧାନେ”ର ବରେଣ୍ୟ ସମ୍ପାଦକ ଇଂ.ଶ୍ରୀ ସନ୍ନ୍ୟାସୀ ଜୀଙ୍କୁ ସାମାଜିକ ସେବା ସଂଗଠନ ହାପି ଲିଭିଂ ଫାଉଣ୍ଡେସନ,ଭୁବନେଶ୍ୱର ଦ୍ଵାରା ରାଜ୍ୟ ସ୍ତରୀୟ ସମ୍ମାନରେ ସମ୍ମାନିତ କରାଯାଇଛି । ସତ୍ୟ ନଗର ସ୍ଥିତ ବ୍ଲାଇଣ୍ଡ ହଲ ଆସୋସିଏସନ୍ ପରିସରରେ ଅନୁଷ୍ଠାନର ୨୭ତମ ବାର୍ଷିକ ଉତ୍ସବରେ ଫାଉଣ୍ଡେସନର ଅଧ୍ୟକ୍ଷ ତଥା ଆନ୍ତର୍ଜାତିକ ବାସ୍ତୁବିତ୍ ଡ.ମନୋଜ କୁମାର ଲେଙ୍କା,ଅତିରିକ୍ତ ଡିଜିପି ଅମିତାଭ ଠାକୁର,ଅର୍ଗସ ନ୍ୟୁଜର ସମ୍ପାଦକ ସଞ୍ଜୟ କୁମାର ଜେନା ଏବଂ ବିଶିଷ୍ଟ ବେଦ ବିଦ୍ୱାନ ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର ପ୍ରମୁଖ ସମ୍ବର୍ଦ୍ଧିତ କରିଥିଲେ । ସୂଚନାଯୋଗ୍ୟ ସେ ବୃତ୍ତିରେ ଜଣେ ଖ୍ୟାତି ସଂପନ୍ନ ଯନ୍ତ୍ରୀ ଏବଂ ଦୀର୍ଘ ୨୩ ବର୍ଷ ହେଲା ଆଧ୍ୟାତ୍ମିକ ପତ୍ରିକା “ଦିବ୍ୟାଲୋକ ସନ୍ଧାନ” ପ୍ରକାଶ କରି ସମାଜରେ ଆଧ୍ୟାତ୍ମିକତା ବାର୍ତ୍ତା ବାଣ୍ଟି ଆସୁଛନ୍ତି ଏବଂ ବହୁ ପ୍ରତିଷ୍ଠିତ ଖବର କାଗଜରେ ନିୟମିତ ଚେତନା ମୂଳକ ଆଧ୍ୟାତ୍ମିକ ସ୍ତମ୍ଭ ଲେଖୁଥିବା ଜଣେ ସୁବକ୍ତା ସାରସ୍ଵତ ସାଧକ ଅଟନ୍ତି ।
“ଦିବ୍ୟାଲୋକ ସନ୍ଧାନେ”ର ବରେଣ୍ୟ ସମ୍ପାଦକ ଇଂ.ଶ୍ରୀ ସନ୍ନ୍ୟାସୀ ଜୀ ସମ୍ବର୍ଦ୍ଧିତ : ବିଭିନ୍ନ ମହଲରୁ ଶୁଭେଚ୍ଛା
