କିଶନନଗର ତହସିଲଦାରଙ୍କ ପକ୍ଷରୁ ଜବରଦଖଲ ଉଚ୍ଛେଦ

କଟକ ସଦର , ୦୩/୦୧/୨୦୨ ୪ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କିଶନନଗର ତହସିଲ ଅଞ୍ଚଳରେ ବ୍ୟାପକ ବେଆଇନ ଜଵର ଦଖଲ ହୋଇଥିବା ଏଵଂ ଏହାକୁ ହଟାଇବାକୁ ଅଭିଯୋଗ ହୋଇଆସୁଥିଲା ଵେଳେ ସେଥିପ୍ରତି ଆଖି ବୁଜି ଦେଇ ଆଜି ବୁଧବାର ଦିନ କିଶନନଗର ହାଇସ୍କୁଲ ଵଜାରରେ ଥିବା ଦୀନବନ୍ଧୁ ବେହେରାଙ୍କ ସମେତ ତିନୋଟି ଦୋକାନ ଘର ଉଛେଦ କରାଯାଇଥିବା ଜଣାପଡିଛି। ପ୍ରକାଶ ଯେ ଉକ୍ତ ରାସ୍ତା କିସମ ଜମି ଉପରେ ବିଶେଷକରି ବ୍ୟକ୍ତିଗତ ଘର ସମ୍ମୁଖରେ ବେଆଇନ ଜଵର ଦଖଲ ହଟାଇବାକୁ ଅଭିଯୋଗ ହୋଇଥିଲା। ଏହି ପରିପ୍ରେକ୍ଷୀରେ କଟକ ଉପଜିଲ୍ଲାପାଳଙ୍କ ଆଦେଶ ବଳରେ ତହସିଲଦାର ତଥା ଆଞ୍ଚଳିକ ମାଜିଷ୍ଟ୍ରେଟ ମଧୁସୂଦନ ନାୟକ, କିଶନନଗର ଥାନା ଅଧିକାରୀ ରଶ୍ମୀରଂଜନ ଦାସ ପ୍ରମୁଖ ପୋଲିସ ଅଧିକାରୀ ପୋଲିସ ବଳ ସହ ଉପସ୍ଥିତ ରହି ଜେସିଵି ସାହାଯ୍ୟରେ ଜବରଦଖଲ ଉଚ୍ଛେଦ କରିଥିବା ଜଣାଯାଇଛି। ହେଲେ ଦୀନବନ୍ଧୁ ଉଛେଦ ସମୟରେ ଉପସ୍ଥିତ ନଥିବାରୁ ଦୋକାନରେ ଥିବା ତାଙ୍କର ସମସ୍ତ ଜିନିଷପତ୍ର ତହସିଲଦାର ଜବତ କରି ରାଜସ୍ବ ନିରୀକ୍ଷକଙ୍କ ଜିମା ଦେଇଥିବା ଜଣାପଡିଛି। ଅନ୍ୟ ପକ୍ଷରେ ମାନବିକ ଅଧିକାର ଆୟୋଗଙ୍କ ଆଦେଶକୁ ଅଣଦେଖା କରି ତହସିଲଦାର ଶ୍ମଶାନ ଜମି ଜବର ଦଖଲ ଉଛେଦ ନକରିବା କାହା ସ୍ୱାର୍ଥରେ ବୋଲି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି  ।

Leave a Reply

Your email address will not be published. Required fields are marked *