କୋଠପଦାରେ ଜିଲ୍ଲା ସ୍ତରୀୟ ଭଲିବଲ ଟୁର୍ଣ୍ଣାମେଣ୍ଟ,ବୁଲେଟ କ୍ଲବ କୁଣ୍ଡି ବିଜୟୀ 

ମାହାଙ୍ଗା ୧୭ /୬/୨୦୨୪ (ଓଡିଶା ସମାଚାର /ଅଭୟ ଜେନା )- କଟକ ଜିଲ୍ଲା ମାହାଙ୍ଗା ବ୍ଲକ କୋଠପଦା ଠାରେ ଦିବାରାତ୍ର ଭଲିବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି । ରୟାଲଷ୍ଟାର ଭଲିବଲ ଟିମ କୋଠପଦା ଆନୁକୂଲ୍ୟରେ କଟକ ଜିଲ୍ଲାର ୮ ଟି ଭଲିବଲ ଟିମ ଏହି ପ୍ରତିଯୋଗୀତାରେ ଭାଗ  ନେଇଥିଲେ । ବରିଷ୍ଠ ସାମ୍ବାଦିକ ଅଖିଳେଶ ମହାନ୍ତି ମୁଖ୍ୟ ଅତିଥିଭାବେ ଟୁର୍ଣ୍ଣାମେଣ୍ଟକୁ ଉଦଘାଟନ କରିଥିଲେ । ସମାଜସେବୀ ରାମଚନ୍ଦ୍ର ମହାପାତ୍ର, ନିରଞ୍ଜନ ମୁଦୁଲି, ସୁଧାଂଶୁ ପାଣି, ରାଜକିଶୋର ସାହୁ, ପଦ୍ମଲାଭ ଘଡେଇ, ଅଜୟ ସ୍ୱାଇଁ ପ୍ରମୁଖ ଅତିଥିଭାବେ ଯୋଗଦେଇଥିଲେ । କଟକ,ଦୌଲତପୁର,କୁଣ୍ଡି, ଜୟୀପୁର, ଉଷୁମା, ମଧୁପୁର,ବୁଲେଟ କ୍ଲବ କୁଣ୍ଡି, ପ୍ରମୁଖ ୮ ଟି ଟିମ ଏହି ମ୍ୟାଚରେ ଭାଗନେଇଥିଲେ । ଫାଇନାଲ ମ୍ୟାଚ ମଧୁପୁର ଭଲି ଟିମ ଏବଂ ବୁଲେଟ କ୍ଲବ ମଧ୍ୟରେ ଅନୁଷ୍ଠିତ ହୋଇଥିଲା ।   ତେବେ ମଧୁପୁରକୁ ହରାଇ ବୁଲେଟ କ୍ଲବ କୁଣ୍ଡି ବିଜୟୀ ହୋଇଥିଲା । ଏହି ଟୁର୍ଣ୍ଣାମେଣ୍ଟକୁ ଦୀପକ ଦାସ, ବାସୁଦେବ ପୃଷ୍ଟି, ଖଗେଶ୍ୱର ସାହୁ, ଭରତ ମଲ୍ଲିକ, ତ୍ରିନାଥ ଜେନା,ବାସବ ବେହେରା,ବିମ୍ବାଧର ମଲ୍ଲିକ, ପବିତ୍ର ଯେନା, ଗୌତମ ସାମଲ, ବିକାଶ ଯେନା, ହରେକୃଷ୍ଣ ଯେନା, ଦଶରଥ ମଲ୍ଲିକ, ପ୍ରମୁଖ ପରିଚାଳନା  କରିଥିଲେ ।  କୁହୁଣ୍ଡା ପଞ୍ଚାୟତର ବହୁ କ୍ରୀଡ଼ାପ୍ରେମୀ ଏହି ଭଲି  ମ୍ୟାଚରେ ଉପସ୍ଥିତ ଥିବା ଦେଖିବାକୁ ମିଳିଥିଲା ।

Leave a Reply

Your email address will not be published. Required fields are marked *