ଛଣଗିରି ରେ  ତ୍ୟାଗ ଓ ବଳିଦାନ ର ପର୍ବ ଇଦ୍-ଉଲ-ଜୁହା ଆନନ୍ଦ ଉଲ୍ଲାସ ମଧ୍ୟରେ ପାଳିତ

ଜଂକିଆ, ୧୭/୬/୨୦୨୪ (ଓଡ଼ିଶା ସମାଚାର)- ଆଜି ଖୋର୍ଦ୍ଧା ଜିଲ୍ଲାର ବିଭିନ୍ନ ସ୍ଥାନରେ ମୁସଲିମ ସମ୍ପ୍ରଦାୟର ଲୋକମାନେ  ‘ଇଦ୍-ଉଲ୍-ଜୁହା’ ପାଳନ କରିଛନ୍ତି। ଟାଙ୍ଗୀ ବ୍ଲକ ଛଣଗିରି ମୁସଲିମ ସାହିରେ ବେଶ୍ ଧୁମଧାମରେ ଇଦ୍ ଉଲ୍ ଜୁହାର ପାଳିତ ହୋଇଯାଇଛି। ମୁସଲିମ ଭାଇ ଭଉଣୀ ମାନେ ନୂତନ ବସ୍ତ୍ର ପରିଧାନ କରି ପରସ୍ପରକୁ ଇଦ୍ ମୁବାରକ୍ ଜଣାଇଥିଲେ। ଏହି ଇଦ୍ ଉଲ୍ ଜୁହାର ‘ଵକରୀଦ୍’ ନାମରେ ମଧ୍ୟ ବେଶ୍ ଜଣାଶୁଣା। ବାର୍ ଇଦ୍ ଆରବୀୟ ଦେଶର ‘ଵକର୍’ ରୁ ଉତ୍ପତ୍ତି। ‘ଵକର୍’ ର ଅର୍ଥ ବଡ଼ ବା ବିରାଟ। ଇସଲାମୀୟ ବିଶ୍ୱାସ ଅନୁଯାୟୀ ଏହି ‘ଇଦ୍-ଉଲ୍-ଜୁହା’କୁ ଏକ ଅତି ପବିତ୍ର ପର୍ବ ଭାବେ ବିବେଚନା କରାଯାଏ। ଵକରୀଦ୍ ପର୍ବର ମୁଳଦୂଆ ହିଁ ‘କୁର୍ଵାନୀ’ ଶବ୍ଦ ଉପରେ ପର୍ଯ୍ୟବେସିତ। ଏହାର ନୈତିକ ଅର୍ଥ ହେଉଛି ଯେ ଜଣେ ବ୍ୟକ୍ତି ନିଜ ଭିତରେ ଥିବା ପଶୁ ପ୍ରଵୃତିକୁ ଅର୍ଥାତ୍ ତାଙ୍କ ଭିତରେ ଥିବା ମନ୍ଦ ପ୍ରଵୃତିକୁ ବଳିଦାନ ଦେବା। ଏହି ପରିପ୍ରେକ୍ଷୀରେ ଆଜି  ଏହି ପବିତ୍ର ତ୍ୟାଗର ପର୍ବକୁ ଜିଲ୍ଲାର ଖଜୁରୀପଡ଼ା,   ଗୟାବନ୍ଧ, କାଇପଦର, ରାମେଶ୍ୱର,କୁସୁମୀ ରାଉତପଡା, ଦୀକ୍ଷିତ ପଡା ପ୍ରମୁଖ   ସ୍ଥାନରେ ଆନନ୍ଦ ଉଲ୍ଲାସର ସହ ପାଳନ କରାଯାଇଥିଲା ବେଳେ    ମଙ୍ଗଳ କାମନା କରି ଇଦଗା ପଡିଆରେ ସମୁହ ନମାଜ ପାଠ କରାଯାଇଥିବା ଜଣାପଡ଼ିଛି ।

Leave a Reply

Your email address will not be published. Required fields are marked *