ଆସନ୍ତାକାଲି ଠାରୁ ଖୋର୍ଦ୍ଧା ଗିନି କପ୍

ଖୋର୍ଦ୍ଧା,୨୧/୧୨/୨୩(ଓଡିଶା ସମାଚାର/ଦୀପକ ପ୍ରଧାନ)- ଖୋର୍ଦ୍ଧା ଜିଲା କ୍ରୀଡା ସଂଘ ଆନୁକୂଲ୍ୟରେ ସବ୍ୟସାଚୀ ଓ ଦିନେଶ ମେମୋରିଆଲ ଗିନି କପ ଆସନ୍ତାକାଲି ଠାରୁ  ଖୋର୍ଦ୍ଧା ଷ୍ଟାଡିୟମ ରେ ଆରମ୍ଭ ହେବ। ଏହି ପ୍ରତିଯୋଗିତା ଆସନ୍ତା ୨୫ତାରିଖ ପର୍ୟ୍ୟନ୍ତ ଚାଲିବ।  କଟକ ଓ ଭୁବନେଶ୍ଵର ରୁ ୨ଟି ଲେଖାଏଁ ଟିମ ଯୋଗ ଦେବେ। ଚମ୍ପିୟନ ଟିମକୁ ଟ୍ରଫି ସହ ୫୦ହଜାର ଏବଂ ରନର୍ସ ଅପ୍ ଦଳ କୁ   ଟ୍ରଫି ସହ ୩୦ହଜାର ଟଙ୍କା ଦିଆଯିବ।  ୧୯୭୮ ମସିହା ରୁ ଏହି ଟୁଣ୍ଣାମେଣ୍ଟ ଆରମ୍ଭ ହୋଇଥିଲା। ଗତ କିଛିବର୍ଷ ବନ୍ଦ ରହିଥିଲା । ଚଳିତବର୍ଷ  ପୁଣି ଥରେ ନୂତନ ଫର୍ମାଟରେ ଏହି ଟୁଣ୍ଣାମେଣ୍ଟ ହେବାକୁ ଯାଉଛି ବୋଲି ଷ୍ଟାଡିୟମ ପରିସରରେ ଆୟୋଜିତ ଖବରଦାତା ସମ୍ମିଳନୀରେ ସମ୍ପାଦକ ଭବାନୀ ଚରଣ ପଣ୍ଡା ସୂଚନା ଦେଇଛନ୍ତି। କାର୍ୟ୍ୟକାରୀ ସଭାପତି ମନୋଜ ପ୍ରଧାନ, ମିଡିଆ ସଂଯୋଜକ ନିରୋଦ ପଟ୍ଟନାୟକ ଏବଂ ପୌର ଉପାଧ୍ୟକ୍ଷ ସୌର୍ୟ୍ୟ ରଞ୍ଜନ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *