କଟକ ସଦର, ୧୭ /୬/୨୦୨୪ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ଅନ୍ତର୍ଗତ କିଶନନଗର ହାଟ ତୋଟା ଠାରେ ବିଧାୟକ ପ୍ରକାଶ ଚନ୍ଦ୍ର ସେଠୀଙ୍କ ତତ୍ତ୍ୱାବଧାନରେ
ଚାଲିଥିବା ଚାରିଦିନିଆ ରଜ ମହୋତ୍ସବ ଗତକାଲି ରବିବାର ଶେଷ ଦିନ ରାତିରେ ଉଦଯାପିତ ହୋଇଯାଇଛି। ଏହି ଉପଲକ୍ଷେ ଏଥିରେ ଅତିଥି ଭାବେ ରାଜ୍ୟ ଵିଜେପି ଉପସଭାପତି ଗୋଲକ ମହାପାତ୍ର,
କଟକ ଜିଲ୍ଲା ସଭାପତି ରାମନାରାୟଣ ମହାନ୍ତି, ମାହାଙ୍ଗା ବିଧାୟକ ଶାରଦା ପ୍ରଧାନ ଙ୍କ ସମେତ କଟକ ସଦର ବିଧାୟକ ପ୍ରକାଶ ଚନ୍ଦ୍ର ସେଠୀ ଯୋଗଦେଇ ଓଡ଼ିଆ ସଂସ୍କୃତିର କୃଷିଭିତ୍ତିକ ଗଣପର୍ବ ରଜ ସମ୍ପର୍କରେ ଆଲୋକପାତ କରିଥିଲେ। ଶେଷରେ ବିଭିନ୍ନ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ବିଶିଷ୍ଟ କଣ୍ଠଶିଳ୍ପୀ ସତ୍ୟଜିତ ପ୍ରଧାନ ଓ ପ୍ରଜ୍ଞା ହୋତାଙ୍କ ଗୀତରେ ହଜାର ହଜାର ଦର୍ଶକ ଝୁମି ଉଠିଥିଲେ। କାର୍ଯ୍ୟକ୍ରମ ସମାପ୍ତ ପରେ ଦର୍ଶକ ମାନେ ମନ ଦୁଃଖରେ ଆସନ୍ତା ବର୍ଷକୁ ଅପେକ୍ଷା କରି ଫେରୁଥିବା ଦେଖିବାକୁ ମିଳିଥିଲା
