କଟକ ସଦର,୧୭ /୬/୨୦୨୪ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): ବିଷ୍ଣୁ ବେହେରା)- କଟକ ସଦର ବିଧାୟକ ପ୍ରକାଶ ଚନ୍ଦ୍ର ସେଠୀଙ୍କ ଗାଡ଼ି ଉପରେ ହୋଇଥିବା ଆକ୍ରମଣ ଘଟଣାରେ ପୋଲିସ ଦ୍ବାରା ଅଟକ ଥିବା ଅଭିଯୁକ୍ତକୁ ବିଧାୟକ ମହନିୟତା ଦେଖାଇ ଛାଡି ଦେଇଥିବାରୁ ପ୍ରଶଂସାର ପାତ୍ର ହୋଇପାରିଛନ୍ତି । ପ୍ରକାଶ ଯେ ଗତକାଲି ରବିବାର ରାତିରେ ବିଧାୟକ କିଶନନଗର ଥାନା ଅନ୍ତର୍ଗତ ସୋମପୁର ପଞ୍ଚାୟତକୁ ଏକ ସାଂସ୍କୃତିକ ଵାଦୀପାଲା କାର୍ଯ୍ୟକ୍ରମରେ ଯୋଗଦେଇ ଫେରିବା ସମୟରେ ସୋମପୁର ଗ୍ରାମର ଵଵି ଓରଫ ପ୍ରଵିର ସାହୁ ତାଙ୍କ ଗାଡ଼ି ଉପରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଥିଲା। ଖଵର ପାଇ ପୋଲିସ ଘଟଣାସ୍ଥଳରେ ପହଂଚି ଅଭିଯୁକ୍ତଙ୍କୁ ଉଠାଇ ଆଣି ଥାନାରେ ଅଟକ ରଖିଥିଲେ। ହେଲେ ଆଜି ସୋମବାର ଦିନ ବିଧାୟକଙ୍କ ହସ୍ତକ୍ଷେପ ଫଳରେ ମାମଲାର ଆପୋଷ ସମାଧାନ କରାଯାଇ ଅଭିଯୁକ୍ତଙ୍କୁ ଥାନାରୁ ଛାଡି ଦିଆଯାଇଥିବା ଜଣାପଡିଛି। ବିଧାୟକଙ୍କ ଏତାଦୃଶ କାର୍ଯ୍ୟ ପାଇଁ ତାଙ୍କ ପାଖକୁ ପ୍ରଶଂସାର ସୁଅ ଛୁଟିଛି ।