ଓ୍ଵାରେଣ୍ଟି ଗିରଫ ପରେ କୋର୍ଟ ଚାଲାଣ

ଲକ୍ଷ୍ମୀପୁର,୧୭/୬/୨୦୨୪ (ଓଡ଼ିଶା ସମାଚାର)-କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ଥାନାର ଏକ ପୁରୁଣା ମାମଲାରେ ସମ୍ପୃକ୍ତ ଥିବା ଜଣେ ଓ୍ଵାରେଣ୍ଟିଙ୍କୁ ଗିରଫ କରି ଲକ୍ଷ୍ମୀପୁର ପୋଲିସ କୋର୍ଟ ଚାଲାଣ କରିଛି। ସିଏ ହେଲେ ଟିଟି ଝଲା ଗ୍ରାମର ଝାଡୁ ମିଣିଆକା। ଝାଡୁ ୨୦୧୫ ମସିହାର ଏକ ହତ୍ୟା ଘଟଣାରେ ସମ୍ପୃକ୍ତ ଥିବା ବେଳେ ଦୀର୍ଘ ୯ ବର୍ଷ ଧରି ପୋଲିସ ହାବୁଡ଼ରେ ପଡୁ ନଥିଲା। ପୋଲିସକୁ ଚକମା ଦେଖାଇ ଏଣେ ତେଣେ ଲୁଚି ବୁଲୁଥିଲା। ରବିବାର ଦିନ ସିଏ ଏକ ମଟର ସାଇକେଲ ଯୋଗେ ନିଜ ଗ୍ରାମରୁ ଲକ୍ଷ୍ମୀପୁର ଅଭିମୁଖେ ଯାଉ ଥିବା ବିଶେଷ ସୂତ୍ରରୁ ପୋଲିସକୁ ଖବର ମିଳିଥିଲା। ପୋଲିସ ଧରମଧର ଘାଟି ତଳ ଜିରୋ ପଏଣ୍ଟ ଛକରେ ଜଗି ରହି ତାକୁ ଗିରଫ କରିଥିଲା। ଲକ୍ଷ୍ମୀପୁର ଥାନା କେସ ନମ୍ବର ୨୦୩/୧୫ରେ ଝାଡୁ କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ପୋଲିସ କହିଛି।

Leave a Reply

Your email address will not be published. Required fields are marked *