ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କଲେ ରାଜ୍ୟ ଏମ୍.ସି. ଓ ଏ.ପି.ଓ. ଆସୋସିଏସନ୍

ଭୁବନେଶ୍ୱର, ୧୬ /୬/୨୦୨୪ (ଓଡ଼ିଶା ସମାଚାର)- ଆଜି ରାଜ୍ୟ ଅତିଥି ଭବନଠାରେ ଓଡ଼ିଶାର ନୂତନ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀଙ୍କୁ ରାଜ୍ୟ ମନରେଗା ସଂଯୋଜକ (ଏମ୍.ସି.) ଓ ଅତିରିକ୍ତ ପ୍ରୋଗ୍ରାମ୍ ଅଫିସର (ଏ.ପି.ଓ.) ସଂଘର କର୍ମକର୍ତାମାନେ ସୌଜନ୍ୟମୂଳକ ସାକ୍ଷାତ କରିଥିଲେ । ଏହା ପୂର୍ବରୁ ସଂଘର କର୍ମକର୍ତାମାନେ ଖାରବେଳନଗସ୍ଥିତ ଉତ୍କଳ ସାମ୍ବାଦିକ ସଂଘ ସମ୍ମିଳନୀ କକ୍ଷରେ ଏକାଠି ହୋଇ ସଂଘର ଆଗାମୀ କାର୍ଯ୍ୟକ୍ରମ ଓ ସେମାନଙ୍କର ସମସ୍ୟା ଉପରେ ଆଲୋଚନା କରିଥିଲେ । ଏହି ଆଲୋଚନାରେ ରାଜ୍ୟର ସମସ୍ତ ବ୍ଲକରେ କାର୍ଯ୍ୟରତ ଥିବା ଏମ୍.ସି. ଓ ଏ.ପି.ଓ. ମାନେ ଏକାଠି ହୋଇ ନୂତନ ସରକାରର ଶୁଭକାମନା କରିବା ସଂଗେ ସଂଗେ ଅଭିନନ୍ଦନ ଜଣାଇଥିଲେ । ସଂଘର ସଭାପତି ମାନସ ରଂଜନ କରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ୨୦୧୦-୧୧ ଆର୍ଥିକ ବର୍ଷଠାରୁ କାର୍ଯ୍ୟରତ ସମସ୍ତ ଅଧିକାରୀମାନେ ପ୍ରତି ଜିଲାରୁ ଆସି ଏକାଠି ହୋଇ ନୂତନ ସରକାରଙ୍କ ପାଖରେ ସେମାନଙ୍କର ଦାବି ଆଗାମୀ ଦିନରେ ଜଣାଇବା ପାଇଁ ନିଷ୍ପତି ଗ୍ରହଣ କରାଯାଇଥିଲା । ଏଠାରେ ଉଲ୍ଲେଖନୀୟ ଯେ, ସମସ୍ତ ଏମ୍.ସି. ଓ ଏ.ପି.ଓ.ମାନେ ସ୍ୱଳ୍ପ ଦରମା ସହିତ ଅସ୍ଥାୟୀ କର୍ମଚାରୀ ଭାବେ ଦୀର୍ଘଦିନ ଧରି କାର୍ଯ୍ୟ କରିଆସୁଛନ୍ତି ଏବଂ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ମାଝୀଙ୍କ ନେତୃତ୍ୱ ଗଠିତ ନୂତନ ସରକାର ସେମାନଙ୍କୁ ନ୍ୟାୟ ପ୍ରଦାନ କରିବେ ବୋଲି ସଂଘ ତରଫରୁ ଦୃଢ ଆଶା ପୋଷଣ କରାଯାଇଅଛି । ସଂଘର ଆଗାମୀ କାର୍ଯ୍ୟକ୍ରମ ଆସନ୍ତା ଜୁଲାଇ ୨୭ ତାରିଖ ଦିନ ପୁରୀଠାରେ ଅନୁଷ୍ଠିତ ହେବା ପାଇଁ ନିଷ୍ପତି ଗ୍ରହଣ କରାଯାଇଅଛି । ଏହି ବୈଠକରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ସଂଘ ତରଫରୁ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇବା ସହିତ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ପାଇଁ ନିଷ୍ପତି ନିଆଯାଇଥିଲା ଏବଂ ସେଙ୍ଗସେଙ୍ଗ ସଂଘର ସମସ୍ତ କର୍ମକର୍ତାମାନେ ରାଜ୍ୟ ଅତିଥିଭବନକୁ ଯାଇ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଥିଲେ ଏବଂ ତାଙ୍କର ସମସ୍ୟା ସମ୍ପର୍କରେ ସମ୍ୟକ ସୂଚନା ପ୍ରଦାନ କରିଥିଲେ । ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ୍ କରିଥିବା କର୍ମକର୍ତାମାନେ ରାଜ୍ୟ ସଭାପତି ମାନସ ରଂଜନ କର ଓ ବିଭିନ୍ନ ଜିଲାର କର୍ମକର୍ତାଙ୍କ ନେତୃତ୍ୱରେ ଯଥା – କାଳୁଚରଣ ସାହୁ, ବନଜା ଶଶି ଦାସ, ଦିଲ୍ଲୀପ ପୁର୍ତି, ବିଷ୍ଣୁଦ ଧଳ, ଜ୍ୟୋତିରଂଜନ ବେହେରା, ସୁମନ୍ତ ଦ୍ୱିବେଦୀ, ଦିପଙ୍କର ରଥ ପ୍ରମୁଖ ଜିଲା କର୍ମକର୍ତାମାନଙ୍କ ନେତୃତ୍ୱରେ ସାକ୍ଷାତ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ବୋଲି ସଂଘର ରାଜ୍ୟ ସଭାପତି ମାନସର ରଂଜନ କର ଜଣାଇଛନ୍ତି ।

Leave a Reply

Your email address will not be published. Required fields are marked *