ବିରଜାକୃପା ସାହିତ୍ୟ ପରିବାର ତରଫରୁ ରଜ ଉତ୍ସବ ପାଳନ

ଯାଜପୁର,୧୬/୨୦୨୪ (ଓଡ଼ିଶା ସମାଚାର)-ଯାଜପୁରର ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ବିରଜାକୃପା ସାହିତ୍ୟ ପରିବାର ଆନୁକୂଲ୍ୟରେ ରଜ ଉତ୍ସବ  ମହାଆଡମ୍ବରରେ , ସ୍ଥାନୀୟ ବିଚିତ୍ରପୁର ଗ୍ରାମ ପଞ୍ଚାୟତ ର ବାଣପୁର ନିକଟସ୍ଥ ମା’ବୁଢ଼ୀ କଣ୍ଟେଇ ପାର୍କ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି ।

 ଅନୁଷ୍ଠାନର ସଭାପତି ଶ୍ରୀମତୀ ବିଦ୍ୟୁତପ୍ରଭା ମିଶ୍ରଙ୍କ ଆହ୍ୱାନ କ୍ରମେ ସମ୍ପାଦକ ନାଟ୍ୟକାର ବୈଦ୍ୟନାଥ ପଣ୍ଡା ସଭାର ଆୟୋଜନ କରିଥିଲେ । ସଭା ପ୍ରାରମ୍ଭରୁ ସଙ୍ଗଠନ ସମ୍ପାଦକ ପ୍ରମୋଦ କୁମାର ନାୟକ ସଭା ସଂଚାଳନ କରିଥିଲେ । ମୁଖ୍ୟ ଉପଦେଷ୍ଟା ପଣ୍ଡିତ ଭୂପତି ଭୂଷଣ ମିଶ୍ର, ମୁଖ୍ୟ ଅତିଥି ରୁପେ ବରିଷ୍ଠ ସାହିତ୍ୟିକ ଉମାକାନ୍ତ ଧଳ ମୁଖ୍ୟବକ୍ତା ଶ୍ରୀଯୁକ୍ତ ଚିନ୍ମୟ କୁମାର ଦାଶ ସମ୍ମାନୀତ ଅତିଥି ରୁପେ ଗାଳ୍ପିକ ଡ଼ଃ ବାସୁଦେବ ମିଶ୍ର ଯୋଗ ଦେଇ  ରଜ ଉତ୍ସବ ପାଳନ କରିବାର ତାତ୍ପର୍ଯ୍ୟ ବିଷୟରେ ସମ୍ୟକ ଆଲୋକପାତ କରି ସାହିତ୍ୟ ଆମ ଉତ୍କଳୀୟ ପରମ୍ପରାରେ ରଜ ଉତ୍ସବର ପ୍ରାସଙ୍ଗିକତା ଉପରେ ଆଲୋଚନା କରିଥିଲେ । ଏହି ଅବସରରେ ପରିବାର ତରଫରୁ ପ୍ରଥମେ ମା ବୁଢ଼ୀ କଣ୍ଟେଇ ଙ୍କ ପୂଜାର୍ଚନା ପରେ ମନ୍ଦିର ପରିସରରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ସହସମ୍ପାଦିକା ଅନୁପମା ରଣା ଙ୍କ ତତ୍ତ୍ୱବଧାନରେ ସମାପନ କରାଯାଇଥିଲା ।  ତତ୍ ପରେ ସ୍ନେହଲତା ବିଶ୍ୱାଳଙ୍କ ଆୟୋଜନ କ୍ରମେ ରଜ ପାନ ଭଙ୍ଗା ପ୍ରତିଯୋଗିତା କରାଯାଇଥିଲା । ଏହା ସହିତ, ଶ୍ରୀମତୀ ରଞ୍ଜିତା ଦାଶଙ୍କ ଦ୍ୱାରା ପୋଡପିଠା ପ୍ରତିଯୋଗିତା କରାଯାଇଥିଲା । ଉକ୍ତ ପୋଡ଼ପିଠା ପ୍ରତିଯୋଗିତାରେ ଗାୟତ୍ରୀ ଦାଶ, ଶ୍ଵେତାଲୀନ ପରିଡା, ଭରତବନ୍ଧୁ ବିଶ୍ୱାଳ, ଶ୍ରୀକାନ୍ତ ବେହେରା, ସୌଦାଗର ବିଶ୍ୱାଳ ଜିତେନ୍ଦ୍ର ଜେନା ସହଯୋଗ କରିଥିଲେ ।

ଶେଷରେ ରଜ ଉପଲକ୍ଷେ ରଜ କବିତା ଆସର ଆରମ୍ଭ କରାଯାଇଥିଲା  । ଉକ୍ତ ଆସରକୁ ସଂଯୋଜନା କରିଥିଲେ ସଙ୍ଗଠନ ସମ୍ପାଦକ ପ୍ରମୋଦ କୁମାର ନାୟକ । ତାଙ୍କ ସହିତ ସହଯୋଗ କରିଥିଲେ ବରିଷ୍ଠ କବି ସୁଧାଂଶୁ କୁମାର ମହାପାତ୍ର, ଧୀରେନ୍ଦ୍ର କୁମାର ମଲିକ ପ୍ରଦୀପ୍ତ କୁମାର ଦାସ, ସୌଦାଗର ବିଶ୍ୱାଳ ଶିଶିର କୁମାର ଯେନା, ନିରଞ୍ଜନ ପତି ସୁବାସ ଚନ୍ଦ୍ର ମହାପାତ୍ର ।

ସମସ୍ତ କାର୍ଯ୍ୟକ୍ରମ କୁ ସମ୍ପାଦକ ତଦାରଖ କରିଥିଲେ । ଏହି ଅବସରରେ ଯାଜପୁରରୁ ପଚାଶରୁ ଉର୍ଦ୍ଧ୍ଵ କବି ଓ କବିୟତ୍ରୀ ନିଜର ସ୍ୱରଚିତ କବିତା ପାଠ କରିଥିଲେ । କାର୍ଯ୍ୟକ୍ରମ ଶେଷରେ ସହସମ୍ପାଦିକା ଅନୁପମା ରଣା ଧନ୍ୟବାଦ ଅର୍ପଣ କରିବା ସହିତ ସଭାପତିଙ୍କ ଆଦେଶ କ୍ରମେ ସଭାକାର୍ଯ୍ୟ ସାଙ୍ଗ କରାଯାଇଥିଲା ।

Leave a Reply

Your email address will not be published. Required fields are marked *