ମହିଳା ସଶକ୍ତିକରଣ ଓ ଆର୍ଥିକ ସ୍ୱାବଲମ୍ବନ ନିମନ୍ତେ ସିଲେଇ ମେସିନ ପ୍ରଦାନ

କେନ୍ଦ୍ରାପଡ଼ା, ୧୫/୬/୨୦୨୪ (ଓଡ଼ିଶା ସମାଚାର)- ମହିଳାମାନଙ୍କ ଆର୍ଥôକ ସଶକ୍ତିକରଣ ଓ ସେମାନଙ୍କୁ ସ୍ୱାବଲମ୍ବୀ କରିବା ନିମନ୍ତେ ଛତାସ୍ଥିତ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ୍ ଗ୍ରାମୀଣ ଆତ୍ମନିଯୁକ୍ତି ତାଲିମ ପ୍ରତିଷ୍ଠାନରେ ତାଲିମ ଗ୍ରହଣ କରି ସାରିଥିବା ମହିଳାମାନଙ୍କୁ ୩୫ଟି ସିଲେଇ ମେସିନ ପ୍ରଦାନ କରାଯାଇଛି । ଭାରତୀୟ ଷ୍ଟେଟ ବ୍ୟାଙ୍କର ପାରାଦ୍ୱୀପ ଆଂଚଳିକ କ୍ଷେତ୍ରୀୟ କାର୍ୟାଳୟ ପକ୍ଷରୁ କର୍ପୋରେଟ ସାମାଜିକ ଦାୟିତ୍ୱବୋଧର ଏକ କାର୍ୟ୍ୟକ୍ରମରେ ଯୋଗଦାନ କରି ଅତିରିକ୍ତ ଜିଲାପାଳ (ରାଜସ୍ୱ) ନୀଲୁ ମହାପାତ୍ର ଏବଂ ଭୁବନେଶ୍ୱର ନେଟୱର୍କ -୧ ର ମହାପ୍ରବନ୍ଧକ ପୋନ୍ନାମ୍ବଲମ ଏମ ଛତାଠାରେ ତାଲିମପ୍ରାପ୍ତ ଆର୍ଥିକ ଅନଗ୍ରସର ମହିଳାମାନଙ୍କୁ ସିଲେଇ ମେସିନ ପ୍ରଦାନ କରିଛନ୍ତି । ଏହି ଦିବସକୁ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ଉଦଘାଟନ କରିଥିଲେ ଶ୍ରୀ ପୋନ୍ନାମ୍ବଲମ ଏମ । ପ୍ରଥମେ ବୃକ୍ଷରୋପଣ କରାଯାଇଥିଲା । ଏହି କାର୍ୟ୍ୟକ୍ରମରେ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ୍ ର ଆଂଚଳିକ ପ୍ରବନ୍ଧକ ଦେବାଶିଷ ରଥ, ଜିଲା ଅଗ୍ରଣୀ ବ୍ୟାଙ୍କ୍ ମୁଖ୍ୟ ପ୍ରବନ୍ଧକ ମନୋଜ କୁମାର ପ୍ରଧାନୀ, କେନ୍ଦ୍ରାପଡ଼ା ଏସବିଆଇ ମେନ୍ ବ୍ରାଂଚ୍ ର ମୁଖ୍ୟ ପ୍ରବନ୍ଧକ ବିଶ୍ୱଜିତ ରାଉତରାୟ, ଭାରତୀୟ ଷ୍ଟେଟ୍ ବ୍ୟାଙ୍କ୍ ଗ୍ରାମୀଣ ଆତ୍ମନିଯୁକ୍ତି ତାଲିମ ପ୍ରତିଷ୍ଠାନର ନିର୍ଦ୍ଧେଶକ ଶରତ ଚନ୍ଦ୍ର ଦାସ ପ୍ରମୂଖ ଯୋଗ ଦେଇଥିଲେ । ଅତିଥି ପରିଚୟ ପ୍ରଭାତ ମହାନ୍ତି ପ୍ରଦାନ କରିଥିବା ବେଳେ ଶେଷରେ ଲିଶା ପ୍ରଧାନ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *