ଜବତ ବୋମା ନିଷ୍କ୍ରିୟ ବେଳେ ହଠାତ୍ ବୋମା ଫୁଟି ହାବିଲଦାର ଙ୍କ ମୃତ୍ୟୁ

କଟକ, ୧୪/୬/୨୦୨୪ (ଓଡ଼ିଶା ସମାଚାର)- କଟକରେ କମିଶନରେଟ ପୁଲିସ ଜବତ ବୋମା ନିଷ୍କ୍ରିୟ ବେଳେ ବଡ ଅଘଟଣ। ଜବତ ବୋମା ନିଷ୍କ୍ରିୟ କଲା ବେଳେ ଫୁଟିଲା ବୋମା।  କଟକ ସଦର ଥାନା ଅନ୍ତର୍ଗତ ଗୋପାଳପୁର ଅଞ୍ଚଳରେ ଘଟିଛି ଏହି ଅଘଟଣ। ପୁଲିସ ଜବତ କରିଥିବା କିଛି ବୋମା ପାଣିରେ ନିଷ୍କ୍ରିୟ କରିବା ସମୟରେ ହଠାତ୍ ବୋମା ଫୁଟିଯାଇଥିଲା। ଫଳରେ ବୋମା ନିଷ୍କ୍ରିୟ କରୁଥିବା ହାବିଲଦାର ଗୁରୁତର ଆହତ ହୋଇଥିଲେ। ତାଙ୍କୁ କଟକ ଏସସିବି ନିଆଯାଇଥିଲେ ବି ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ମୃତ ପୁଲିସ କର୍ମଚାରୀ ଜଣକ ହେଲେ ପଦ୍ମନାଭ ମଲ୍ଲିକ।

Leave a Reply

Your email address will not be published. Required fields are marked *