ହିନ୍ଦୋଳ ରଥଯାତ୍ରା ନିମିତ୍ତ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ହିନ୍ଦୋଳ,୧୧/୬/୨୦୨୪ (ଓଡ଼ିଶା ସମାଚାର)-ଢେଙ୍କାନାଳ ଜିଲ୍ଲାର ଦ୍ୱିତୀୟ ସର୍ବବୃହତ ପ୍ରସିଦ୍ଧ ଘୋଷଯାତ୍ରା ତଥା ହିନ୍ଦୋଳ ଉପଖଣ୍ଡର ଆରାଧ୍ୟ ଦେବତା ଶ୍ରୀ ଦଧିବାମନ ଜୀଉଙ୍କ ପ୍ରସିଦ୍ଧ ଯାତ୍ରା ରଥଯାତ୍ରା ୭/୭/୨୪ରିଖରେ ଓ ବାହୁଡା଼ଯାତ୍ରା ଆସନ୍ତା  ୧୫/୭/୨୪ ରିଖରେ ଅନୁଷ୍ଠିତ ହେବାକୁ ଯାଉଛି ।ଏଥିପାଇଁ ରଥଯାତ୍ରା କମିଟି ଅଧ୍ୟକ୍ଷ ତଥା ହିନ୍ଦୋଳ ଉପଜିଲ୍ଲାପାଳ ଶ୍ରୀ ଶିବାନନ୍ଦ ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଆଜି ପୂର୍ବାହ୍ନ ୧୧ଘଟିକାରେ ସ୍ଥାନୀୟ ତହସିଲଦାରଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି ।ଏହି ବୈଠକରେ ପୂର୍ବ ବର୍ଷର ବିବରଣୀ ପାଠ କରାଯିବା ସହ କିଭଳି ଚଳିତ ରଥଯାତ୍ରା ସୁରୁଖୁରୁରେ ଅନୁଷ୍ଠିତ ହେବ ସେଥିପାଇଁ ଆଲୋଚନା ହୋଇଥିଲା । ପୂର୍ବବର୍ଷ ପୁରୁଣା ରଥ ବଦଳରେ ନୂଆ ରଥ ନିର୍ମାଣ ହୋଇଥିବା ବେଳେ ଚଳିତବର୍ଷ ମଧ୍ୟ ତୃତୀୟ ରଥ  ଦେବି ସୁଭଦ୍ରାଙ୍କ ରଥ ନିର୍ମାଣ ହେଉଅଛି ଯାହାକି ହିନ୍ଦୋଳର ଅଗଣିତ ଜଗନ୍ନାଥ ପ୍ରେମୀ ଓ ଭକ୍ତଙ୍କ ନିମନ୍ତେ ଖୁସି ଆଣିଦେଇଛି । ଉପଜିଲ୍ଲାପାଳଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ପୂର୍ଵ ବର୍ଷ ଅତ୍ୟନ୍ତ ଶାନ୍ତିଶୃଙ୍ଖଳାର ସହ ସୁରୁଖୁରୁରେ ଅନୁଷ୍ଠିତ ହୋଇଥିବା ବେଳେ ଚଳିତ ବର୍ଷ ମଧ୍ୟ ଉପଜିଲ୍ଲାପାଳଙ୍କ ଦୃଢ଼ ସୁଚିନ୍ତିତ ତତ୍ୱାବଧାନରେ ଅନୁଷ୍ଠିତ ହେବ ବୋଲି ଜନସାଧାରଣ ଆଶା ରଖିଛନ୍ତି ।ପୂର୍ବ ନିର୍ଦ୍ଧ।ରିତ ପାଞ୍ଜି ଓ ସୁଚି ଅନୁଯାଇ ସକାଳ ୧୧ଘଣ୍ଟା ଭିତରେ ଦିଅଁ ମାନଙ୍କର ନୀତିଜ୍ଞାତି ପାଳନ କରାଯାଇ ନେତ୍ରୋଉତ୍ସବ, ସ୍ନାନବେଦିରେ ମହାସ୍ନାନ, ଅର୍ଣ୍ଣଭୋଗ,ଧୂପ, ନୈବେଦ୍ୟ କରାଯାଇ  ୧୧.୩୦ରେ ପହଣ୍ଡିବିଜେ କରାଯାଇ ତିନି ଠାକୁରଙ୍କୁ ରଥରୁଢ଼ କରାଯିବ!ଏହା ଭିତରେ ତିନି ରଥରେ ରଥପୂଜା, ପ୍ରତିଷ୍ଠା, ଘୋଡାବନ୍ଧା, ସାରଥୀ ପ୍ରତିଷ୍ଠା କରାଯାଇ ଆଜ୍ଞାମାଳ ଆଣି ରଥରେ ଚାରମାଳ ବନ୍ଧା ନୀତି ସମ୍ପର୍ଣ୍ଣ ହେବ ଏବଂ ଦଧିବାମନ ଶ୍ରୀଜୀଉଙ୍କ ପ୍ରଥମ ସେବକ ହିନ୍ଦୋଳ ରାଜା ସାହେବ ଶ୍ରୀଯୁକ୍ତ ଶୈଳେନ୍ଦ୍ରନାରାୟଣ ସିଂ ରଥମାନଙ୍କରେ ଛେରାପହରା ନୀତି ସମ୍ପର୍ଣ୍ଣ କରିବାପରେ ଅପରାହ୍ନରେ ତିନି ରଥ ଟଣାଯିବ ଏବଂ ତିନି ଦିଅଁ ଶ୍ରୀଗୁଣ୍ଡିଚାମନ୍ଦିର ଅଭିମୁଖେ ଯାତ୍ରା କରିବେ । ସେହିପରି ଆସନ୍ତା ୧୫/୭/୨୪ରିଖରେ ବାହୁଡା଼ ଯାତ୍ରା,ତାପରଦିନ ସୁନାବେଶ ଅନୁଷ୍ଠିତ ହୋଇ ତାପରେ ତିନି ଠାକୁର ନୀଳାଦ୍ରି ବିଜେ କରିବେ!ଚଳିତ ଘୋଷଯାତ୍ରା ନିମନ୍ତେ ହିନ୍ଦୋଳର ଅଗଣିତ ଜଗନ୍ନାଥପ୍ରେମି ଅତ୍ୟନ୍ତ ଉତ୍ସlହ ଉତ୍କଣ୍ଠା ସହକାରେ ଅପେକ୍ଷା କରିରହିଛନ୍ତି । ଆଜିର ବୈଠକରେ ହିନ୍ଦୋଳ ତହସିଲଦାର ଦିଲିପ ସେଠି, ସହକାରୀ ଜିଲ୍ଲାପାଳ ବିଶ୍ୱଜିତ ରାଉତ, ଦୁର୍ଗେସ କଲ୍ୟାଣ, ଆଲଫା ଜେନା, ଆଡିସନାଲ ତହସିଲଦାର ମିନର୍ଭା ନାୟକ ,ଏନଏସି ନିର୍ବାହୀଅଧିକାରୀ ଏମ ଶ୍ରୀନିଭାସ,ଏନଏସି ଅଧ୍ୟକ୍ଷ କେଶବ ପ୍ରଧାନ,ହିନ୍ଦୋଳ ଥାନା ଭାରପ୍ରାପ୍ତ ଅଧିକାରୀ ଚାରୁଲତା ବେହେରା,ସିଡିପିଓ,ଅଗ୍ନିଶମ, ଅବକାରୀ, ବିଦ୍ୟୁତ, ପିଏଚଡି, ପିଡ଼ବ୍ଲୁ ଡି, ସ୍ୱାସ୍ଥ୍ୟ,ଦେବୋତ୍ତର,ଜଙ୍ଗଲ ବିଭାଗ ଅଧିକାରୀ ମାନେ, ବରିଷ୍ଠ ସାମ୍ବାଦିକ ତଥା ଆଇନଜୀବୀ ବ୍ରହ୍ମାନନ୍ଦ ପଟ୍ଟନାୟକ, ପ୍ରକାଶ ଚନ୍ଦ୍ର ନାୟକ, ପ୍ରଦୀପ ସାମନ୍ତ,କାଉନସିଲର  ସୁଶାନ୍ତ ନାୟକ,ସୌମିତ୍ର ରଞ୍ଜନ ବେହେରା, ରୁଦ୍ରନାରାୟ ପ୍ରସାଦ ଦାସ ଓ ବରିଷ୍ଠ ନାଗରିକମାନେ ଯୋଗଦେଇଥିଲେ । ଉପଜିଲ୍ଲାପାଳ ଶିବାନନ୍ଦ ସ୍ୱାଇଁଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ହିନ୍ଦୋଳ ପ୍ରଶାସନ, ହିନ୍ଦୋଳ ଆରକ୍ଷୀ ବିଭାଗ ସମଗ୍ର ରଥଯାତ୍ରାକୁ ଶାନ୍ତିଶୃଙ୍ଖଳାର ସହିତ ପରିଚାଳନା କରିବେ ଏବଂ ସ୍ଥାନୀୟ ସ୍ବେଛାସେବୀଙ୍କ ସହଯୋଗ ନିଆଯିବ ବୋଲି ବୈଠକରେ ଆଲୋଚନା ହୋଇଥିଲା  ।

Leave a Reply

Your email address will not be published. Required fields are marked *