ସାମାଜିକ ସଂଗଠନ ବିଷ୍ଣୁପ୍ରିୟା ଚାରିଟେବୁଲ୍ ଟ୍ରଷ୍ଟ ସମ୍ୱର୍ଦ୍ଧିତ ।

କଟକ,୦୯/୬/୨୦୨୪ (ଓଡ଼ିଶା ସମାଚାର) : ସାଂସ୍କୃତିକ ସଙ୍ଗଠନ ପଞ୍ଚପୁଷ୍ପ କଳା ସଂସଦ,କଟକ ପକ୍ଷରୁ ଅନୁଷ୍ଠିତ ଚାରି ଦିବସୀୟ ରାଜ୍ୟ ସ୍ତରୀୟ ଶାସ୍ତ୍ରୀୟ ସଙ୍ଗୀତ,ନୃତ୍ୟ ଓ ଚିତ୍ରକଳା ଉତ୍ସବ ଶ୍ରୀରାମ ଚଂଦ୍ର ଭବନରେ ଅନୁଷ୍ଠିତ ହୋଇ ସମାଜସେବା,ରକ୍ତଦାନ,ପରିବେଶ ସୁରକ୍ଷା ଆଦି ଉଲ୍ଲେଖନୀୟ କୃତିତ୍ୱ ନେଇ ସାମାଜିକ ସଙ୍ଗଠନ ବିଷ୍ଣୁପ୍ରିୟା ଚାରିଟେବୁଲ୍ ଟ୍ରଷ୍ଟ,ଓଡ଼ିଶା (ବିସିଟି) କୁ ସେବା ସମ୍ମାନ – ୨୦୨୪ ସମ୍ମାନ ପ୍ରଦାନ କରାଯାଇଛି । ସଭାରେ ଗୁରୁ ଶରତ ଚଂଦ୍ର ଉତ୍ତରାୟ,ଅରୂପ ଲାଲ ଘୋଷ,ଚୈତନ୍ୟ ମଲ୍ଲିକ,ଅକ୍ଷୟ ନାୟକ,ଆଶୋକ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ । ଏହି ରାଜ୍ୟ ସ୍ତରୀୟ ସମ୍ବର୍ଦ୍ଧନା ଟ୍ରଷ୍ଟ ସଂଯୋଜକ ସମାଜସେବୀ ତଥା ସାହିତ୍ୟିକ ଇଂ.ସେବକ ଶ୍ରୀକାନ୍ତ ଉପସ୍ଥିତ ରହି ଗ୍ରହଣ କରିଛନ୍ତି ।

Leave a Reply

Your email address will not be published. Required fields are marked *